ଆଜିର ଭାଗ୍ୟଫଳ (ରବିବାର, ୪/୪/୨୦୨୧)
ମେଷ: ଘାତବାର ଓ କୃଷ୍ଣପକ୍ଷର ନବମ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । ଆର୍ôଥକ ଅବସ୍ଥା ବିଗିଡ଼ିଯିବ । ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ଓ ସାମାନ୍ୟ କଥାରେ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ଅପମାନ, ଅପଯଶ ଓ ଇତର ଜନଠାରୁ ଅପମାନ ପାଇବେ । ଗୁରୁଜନଙ୍କ ସହ ବିବାଦ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ହୋଇପାରେ । ଯେଉଁମାନଙ୍କର ଦ୍ୱିଜା ମେଘ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ସିଲ୍ଭର, ଶୁଭସଂଖ୍ୟା-୧୧, ଆରାଧନା-ମା’ ବଗଳାମୁଖୀ ।
ବୃଷ: ଧନକ୍ଷତି, ମାନସିକ ଅସ୍ଥିରତା ଓ ପରିବାରରେ ବିବାଦ ଦେଖାଦେବ । ସ୍ୱାସ୍ଥ୍ୟ, ବାଦବିବାଦ ଓ ଯାନବାହନ ଆରୋହଣ ଏବଂ ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ବ୍ୟବସାୟରେ ଅଜଣା ବିପଦ ଆସିବ । ଭଲ କଥା କହିଲେ ମନ୍ଦ ହେବ ଓ ଶତ୍ରୁ ବୃଦ୍ଧି ଘଟିବ । ଯେଉଁମାନଙ୍କର ମୃଗଶିରା ବୃଷ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା-ମା’ ଗାୟତ୍ରୀ ।
ମିଥୁନ: ପରିବାର ସହିତ କୌଣସି ବନ୍ଧୁଙ୍କ ଘରକୁ କିମ୍ବା ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ମଉଜ ମଜଲିସ ଓ ହସଖୁସିରେ ଆଜି ଦିନଟି ପରିବାର ସହିତ କାଟିବେ । ବ୍ୟବସାୟ, ବାଣିଜ୍ୟରେ ଆୟ ଉତ୍ତମ ହେବ ଓ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । ମନ ପ୍ରଫୁଲ୍ଲ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ବୁଲାବୁଲିରେ ମନ ଦେବେ । ମହିଳାମାନେ ସ୍ୱାମୀଅନୁରକ୍ତା ହେବେ । ଶୁଭରଙ୍ଗ-ଆକାଶିଆ, ଶୁଭସଂଖ୍ୟା-୪, ଆରାଧନା-ମା’ ଛିନ୍ନମସ୍ତା ।
କର୍କଟ: ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ସ୍ୱଜନ, ପ୍ରିୟଜନ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଦୂରଦୃଷ୍ଟିସମ୍ପନ୍ନ ହେବେ ଓ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୫, ଆରାଧନା-ମା’ ସମଲେଶ୍ୱରୀ ।
ସିଂହ : ମାନ ସମ୍ମାନ ହାନି, ପରିବାରରେ ଅଶାନ୍ତି ଓ ମନ ଅଶାନ୍ତ ରହିବ । ଯେତେ ଶୁଭଫଳ ମିଳିଲେ ମଧ୍ୟ ମନରେ ସନ୍ତୋଷଭାବ ଆସିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅର୍ଥଚିନ୍ତା ଉତ୍କଟ ହେବ । ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଓ ସନ୍ତାନମାନେ ଅବମାନନା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ସନ୍ତାନମାନଙ୍କ କର୍ମକୁ ନେଇ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ଗଜାନନ ।
କନ୍ୟା: ସୁଖ, ସୌଭାଗ୍ୟ ଓ ଯଶ, କୀର୍ତ୍ତି ବ୍ୟାପକ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ ହେବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ ଓ ତାଙ୍କର ସହଯୋଗ ମିଳିବ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ବୁଲାବୁଲିରେ ମନ ଦେବେ । ମହିଳାମାନେ ଅତିଥି ଚର୍ଚ୍ଚା କରିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା-ମା’ ଭୈରବୀ ।
ତୁଳା : ଘାତଚନ୍ଦ୍ର, ଭ୍ରାତୃ ବିବାଦ, ପରିବାରରେ ବିବାଦ ଓ ଶତ୍ରୁବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । ଆର୍ଥିକ ସ୍ଥିତି ବିଗିଡ଼ିଯିବ ଓ ଋଣ କରିବାକୁ ବାଧ୍ୟ ହେବେ । ପରିବାର ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ ଓ ପରିବାରରେ ଅଶାନ୍ତିର ବାତାବରଣ ରହିବ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୨, ଆରାଧନା-ମା’ କମଳା ।
ବିଛା : ଆର୍ଥିକ କାରବାର, ସ୍ୱାସ୍ଥ୍ୟ ଓ ବାଦବିବାଦ ପ୍ରତି ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସ୍ୱଳ୍ପ ଆୟ ଏବଂ ବ୍ୟୟ ଅଧିକ ହେବ । ଧନକ୍ଷତି, ମାନସିକ ଅସ୍ଥିରତା ଓ ପରିବାରରେ ସାମାନ୍ୟ କଥାରେ ଅଶାନ୍ତି ଦେଖାଦେବ । ଯେଉଁମାନଙ୍କର ବିଶାଖା ବିଛା ସେମାନେ ଅଧିକ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ଧନକ୍ଷତି କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ହନୁମାନ ।
ଧନୁ: ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବ, ପଡ଼ୋଶୀଙ୍କ ସହ ସୁସମ୍ପର୍କ ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ଶ୍ରୀଚନ୍ଦ୍ର ହେତୁ ଧନ, ମାନ, ସମ୍ମାନ, ସୁଖ, ସୌଭାଗ୍ୟ ଓ ଲକ୍ଷ୍ମୀଙ୍କର କୃପା ଆଜି ଆପଣଙ୍କ ଉପରେ ରହିବ । ମନରେ ପ୍ରସନ୍ନତା ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ମଉଜ ମଜଲିସରେ ମନ ଦେବେ । ମହିଳାମାନେ ସୁଖ ଓ ସୌଭାଗ୍ୟର ଅଧିକାରିଣୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ମା’ ତାରା ।
ମକର: ଅପବ୍ୟୟ, ଅପବାଦ ଓ ଅପଯଶ ମୁକ୍ତ ହେବେ । ଖର୍ଚ୍ଚକାଟ କରିବା ପାଇଁ ସମସ୍ତ ପ୍ରକାର କୌଶଳ ଓ ମିଥ୍ୟାର ଆଶ୍ରୟ ନେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ରହିବ । ବଦ୍ଭ୍ୟାସ, ନିଶାଦ୍ରବ୍ୟ ସେବନ ଏ ସବୁ ପରିତ୍ୟାଗ କରିବା ପାଇଁ ସଂକଳ୍ପବଦ୍ଧ ହେବେ ଏବଂ ଧାର୍ମିକ କାର୍ଯ୍ୟ ପ୍ରତି ଦୁର୍ବଳତା ଜାତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅଧ୍ୟବସାୟ ଜାରି ରଖିବେ । ମହିଳାମାନେ ଘରକରଣା ଦ୍ରବ୍ୟ କ୍ରୟ କରିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।
କୁମ୍ଭ: ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଧନକୁ ନେଇ ବିବାଦ ଓ ବିପଦରେ ପଡ଼ିପାରନ୍ତି । ଆୟର ଅଧାଭାଗ ଅଯଥା ଖର୍ଚ୍ଚରେ ଯିବ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ । ଉନ୍ନତିମୂଳକ କର୍ମକୁ ଛାଡ଼ି ଅବନତିମୂଳକ କର୍ମରେ ଆଗ୍ରହ ରଖିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିଯାଇପାରେ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କୁସଙ୍ଗରେ ପଡ଼ିବେ । ମହିଳାମାନେ ଧନକ୍ଷତି କରିବେ । ଶୁଭରଙ୍ଗ- ମାଟିଆ, ଶୁଭସଂଖ୍ୟା-୩, ଆରାଧନା-ମା’ କାଳୀ ।
ମୀନ: କର୍ମଚଞ୍ଚଳ, କର୍ମତତ୍ପର ଓ କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧି ପାଇବ । ଆଜି ଯେକୌଣସି କର୍ମ ହାତକୁ ନେଲେ ସେଥିରେ ଶତ ପ୍ରତିଶତ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟ ଅଧିକ ହେବା ପାଇଁ ନୂତନ କୌଶଳ ଆପଣାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅଧିକ ପରିଶ୍ରମ କରିବେ । ମହିଳାମାନେ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଧୂମାବତୀ ।