ଆଜିର ଭାଗ୍ୟଫଳ (ବୁଧବାର, ୧୪/୪/୨୦୨୧)
ମେଷ: ଘାତଚନ୍ଦ୍ର ହେତୁ ସ୍ୱଜନ, ପ୍ରିୟଜନ ଓ ପଡ଼ୋଶୀଙ୍କ ସହ ତିକ୍ତତା ବଢ଼ିପାରେ । ପରିବାରରେ ଅଶାନ୍ତି, ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଚଣ୍ଡୀ ।
ବୃଷ: ମନରେ ହତାଶାଭାବ ଓ ନକାରାତ୍ମକ ଭାବ ପ୍ରକାଶ ପାଇବ । ଯେଉଁ କର୍ମ କଲେ ନିଜର କ୍ଷତି ଓ ଅସୁବିଧା ହେବ, ସେହି କର୍ମ ପ୍ରତି ଆଗ୍ରହ ଜନ୍ମିବ । ବାଣିଜ୍ୟ, ବ୍ୟବସାୟରେ ଆୟ କମ୍, ବ୍ୟୟ ଅଧିକ ରହିବ । ଘରର ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ବାଧ୍ୟ ହେବେ । କର୍ମରେ ଅନାଗ୍ରହ ଓ ଆନ୍ତରିକତାର ଅଭାବ ରହିବ ଏବଂ ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧, ଆରାଧନା-ମା’ କମଳା ।
ମିଥୁନ: ଏକାଦଶ ଚନ୍ଦ୍ର ହେତୁ ଆୟର ମାର୍ଗ ଉତ୍ତମ ରହିବ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ନୂତନ ଗୃହ ନିର୍ମାଣ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ଆୟର ପନ୍ଥା ଅନ୍ୱେଷଣ କରିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା-ଭଗବାନ ବିଷ୍ଣୁ ।
କର୍କଟ: ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ କର୍ମନିଯୁକ୍ତି ମିଳିପାରେ । କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ଅଧିକ ରହିବ ଏବଂ ସମସ୍ତ କର୍ମରେ ସନ୍ତୋଷଜନକ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ବ୍ୟବସାୟରେ ଆୟ ବୃଦ୍ଧି ପାଇଁ ନୂତନ କଳା କୌଶଳ ଆପଣାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅଧିକ ଧ୍ୟାନ ଦେବେ । ମହିଳାମାନେ ଚଞ୍ଚଳମତି ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧, ଆରାଧନା-ମା’ ଭୁବନେଶ୍ୱରୀ ।
ସିଂହ : ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ପ୍ରମୋଶନ ଓ ପଦସ୍ଥ କର୍ମ•ରୀଙ୍କ ଶ୍ରଦ୍ଧାଭାଜନ ହେବେ । ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ଅତି ଶୁଭ । ଗୁରୁଜନଙ୍କ କୃପା ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ତାଙ୍କର ଆସ୍ଥାଭାଜନ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଯଶସ୍ୱୀ ହେବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା-ଭଗବାନ ଶିବ ।
କନ୍ୟା: ଅଷ୍ଟମ ଚନ୍ଦ୍ର ହେତୁ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ଅନ୍ୟ ସହିତ କଥାବାର୍ତ୍ତା ବେଳେ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ, ବ୍ୟୟ ଅଧିକ ରହିବ । କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଯେଉଁମାନଙ୍କର ଚିତ୍ରାକନ୍ୟା ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମଠାରୁ ବିଚ୍ୟୁତ ହେବେ । ମହିଳାମାନେ ଅସ୍ଥିରମନା ହେବେ । ଶୁଭରଙ୍ଗ-ମେରୁନ୍, ଶୁଭସଂଖ୍ୟା-୮, ଆରାଧନା-ମା’ ସମଲେଶ୍ୱରୀ ।
ତୁଳା : ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀହେତୁକ ଧନପ୍ରାପ୍ତି ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମାନ ସମ୍ମାନ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ମନ ପ୍ରଫୁଲ୍ଲ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୦୨, ଆରାଧନା- ପ୍ରଭୁ ଶ୍ରୀରାମ ।
ବିଛା : ରୋଗ, ଋଣ ଓ ଶତ୍ରୁ-ଏ ତିନୋଟିରୁ କିଛିମାତ୍ରାରେ ମୁକ୍ତି ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ମାନ, ସମ୍ମାନ, ସୁଖ୍ୟାତି ବଢ଼ିବ ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ । ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଓ ମନରେ ଉତ୍ସାହ ଉଦ୍ଦୀପନା ଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ । ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ବଗଳାମୁଖୀ ।
ଧନୁ: ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମାର ବିକାଶ ଘଟିବ । ନୂତନ ବିଦ୍ୟା, କଳା, ସଂସ୍କୃତି ପ୍ରତି ଦୁର୍ବଳତା ଜାତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଏବଂ ସମସ୍ତଙ୍କର ପ୍ରିୟଭାଜନ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଧ୍ୟାନ ଦେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ ।
ମକର: ଘାତବାର ଓ ଚତୁର୍ଥ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ଦୁର୍ଘଟଣା ପ୍ରତି ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଆୟର ସିଂହ ଭାଗ ବଦଖର୍ଚ୍ଚ କିମ୍ବା ସାଙ୍ଗସାଥୀଙ୍କ ଲାଗି ଖର୍ଚ୍ଚ ହେବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ସହ ବିବାଦ ଏବଂ ଯାନବାହନରେ ଖର୍ଚ୍ଚାନ୍ତରେ ପଡ଼ିବେ । ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଆମୋଦପ୍ରମୋଦରେ ମନ ଦେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-ମା’ ଦୁର୍ଗା ।
କୁମ୍ଭ: ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଏବଂ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମରେ ସଫଳତା ଓ କର୍ମରେ ଉନ୍ନତି କରିବାର ନୂତନ କୌଶଳ ଆପଣାଇବେ । ବିଦ୍ୟାର୍ଥୀ କର୍ମରେ ଉଦ୍ଯୋଗ କରିବେ । ମହିଳାମାନେ ସୌଭାଗ୍ୟବତୀ ହେବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା-ମା’ କାଳୀ ।
ମୀନ: ଆର୍ଥିକ ସ୍ଥିତି ମଜଭୁତ ହେବ । ଦ୍ୱିତୀୟା ଚନ୍ଦ୍ର ଓ ଦ୍ୱିତୀୟା ତିଥି ହେତୁ ସମସ୍ତ କର୍ମରେ ଆପଣଙ୍କୁ ଆଜି ସଫଳତା ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ଫଳଲାଭ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ବୁଲାବୁଲିରେ ମନ ଦେବେ । ମହିଳାମାନେ ସଞ୍ଚୟରେ ରୁଚି ରଖିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ପ୍ରଭୁ ଗଜାନନ ।