ବିଶ୍ୱରେ ଆଉ ୬,୨୯,୦୧୫ ସଂକ୍ରମିତ ଓ ୯,୧୩୯ ମୃତ

- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୭୯ଲକ୍ଷ ୫୧ହଜାର ୭୫୪ ଓ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୨୩ହଜାର ୧୪୮କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୨୯ହଜାର ୧୫ ଜଣ ସଂକ୍ରମିତ ହୋଇଥିବାବେଳେ ୯ହଜାର ୧୩୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୭୯ଲକ୍ଷ ୫୧ହଜାର ୭୫୪ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୨୩ହଜାର ୧୪୮ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୮୮ଲକ୍ଷ ୭୬ହଜାର ୫୫୮ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୪୮ଲକ୍ଷ ୫୨ହଜାର ୪୮ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୬ଲକ୍ଷ ୭୭ହଜାର ୭୪୩ ସଂକ୍ରମିତ ଓ ୬ଲକ୍ଷ ୨୮ହଜାର ୯୩୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୮ଲକ୍ଷ ୮୦ହଜାର ୨୭୩ ସଂକ୍ରମିତ ଓ ୫ଲକ୍ଷ ୫୫ ହଜାର ୫୧୨ମୃତ, ଋଷିଆରେ ୬୨ ଲକ୍ଷ ୪୨ ହଜାର ୬୬ ସଂକ୍ରମିତ ଓ ୧ଲକ୍ଷ ୫୭ ହଜାର ୭୭୧ ମୃତ, ଫ୍ରାନ୍ସରେ ୬୧ ଲକ୍ଷ ୩ ହଜାର ୫୪୮ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୮୨୪ ମୃତ, ୟୁକେରେ ୫୮ ଲକ୍ଷ ୩୦ ହଜାର ୭୭୪ ସଂକ୍ରମିତ ଓ ୧ ଲକ୍ଷ ୨୯ ହଜାର ୫୮୩ ମୃତ, ତୁର୍କୀରେ ୫୭ ଲକ୍ଷ ୪ ହଜାର ୭୧୩ ସଂକ୍ରମିତ ଓ ୫୧ ହଜାର ୨୫୩ ମୃତ, ଆର୍ଜେଣ୍ଟିନାରେ ୪୯ ଲକ୍ଷ ୧୯ ହଜାର ୪୦୮ ସଂକ୍ରମିତ ଓ ୧ ଲକ୍ଷ ୫ ହଜାର ୫୮୬ମୃତ, କଲୋମ୍ବିଆରେ ୪୭ ଲକ୍ଷ ୭୬ ହଜାର ୨୯୧ ସଂକ୍ରମିତ ଓ ୧ ଲକ୍ଷ ୨୦ ହଜାର ୪୩୨ମୃତ, ସ୍ପେନରେ ୪୪ ଲକ୍ଷ ୪୭ ହଜାର ୪୪ ସଂକ୍ରମିତ ଓ ୮୧ ହଜାର ୪୮୬ ମୃତ, ଇଟାଲିରେ ୪୩ ଲକ୍ଷ ୪୩ ହଜାର ୫୧୯ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୪୭ମୃତ ରହିଛନ୍ତି ।