ବିଶ୍ୱରେ କାୟା ମେଲାଉଛି ମହାମାରୀ କରୋନା

- ସଂକ୍ରମିତଙ୍କ ସଂଖ୍ୟା ୧୪କୋଟି ୩୫ଲକ୍ଷ ୧୭ହଜାର ୩୭୦ ଓ ମୃତ୍ୟୁ ସଂଖ୍ୟା ୩୦ଲକ୍ଷ ୫୬ହଜାର ୩୭୯କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ବୁଧବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦ଲକ୍ଷ ୫୬ହଜାର ୩୭୯ଜଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪କୋଟି ୩୫ଲକ୍ଷ ୧୭ହଜାର ୩୭୦କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୨କୋଟି ୨୧ଲକ୍ଷ ୨୬ହଜାର ୭୦୮ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୩ଲକ୍ଷ ୩୪ହଜାର ୨୮୩ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୨୫ଲକ୍ଷ ୩୩ହଜାର ୯୦୧ ସଂକ୍ରମିତ ଓ ୫ଲକ୍ଷ ୮୨ହଜାର ୪୧୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୪୦ଲକ୍ଷ ୫୦ ହଜାର ୮୮୫ସଂକ୍ରମିତ ଓ ୩ଲକ୍ଷ ୭୮ହଜାର ୫୩୦ମୃତ, ଫ୍ରାନ୍ସରେ ୫୩ ଲକ୍ଷ ୩୯ ହଜାର ୯୨୦ ସଂକ୍ରମିତ ଓ ୧ ଲକ୍ଷ ୧ ହଜାର ୫୯୭ ମୃତ, ଋଷିଆରେ ୪୭ ଲକ୍ଷ ୧୮ ହଜାର ୮୫୪ ସଂକ୍ରମିତ ଓ ୧ଲକ୍ଷ ୬ ହଜାର ୩୦୭ଜଣ ମୃତ, ୟୁକେରେ ୪୩ ଲକ୍ଷ ୯୩ ହଜାର ୩୦୭ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୩୦୭ ମୃତ, ତୁର୍କୀରେ ୪୩ ଲକ୍ଷ ୮୪ ହଜାର ୬୨୪ ସଂକ୍ରମିତ ଓ ୩୬ ହଜାର ୬୧୩ ମୃତ, ଇଟାଲିରେ ୩୮ ଲକ୍ଷ ୯୧ ହଜାର ୬୩ ସଂକ୍ରମିତ ଓ ୧ଲକ୍ଷ ୧୭ ହଜାର ୬୩୩ମୃତ, ସ୍ପେନରେ ୩୪ ଲକ୍ଷ ୩୫ ହଜାର ୮୪୦ ସଂକ୍ରମିତ ଓ ୭୭ ହଜାର ୨୧୬ ମୃତ, ଜର୍ମାନୀରେ ୩୧ ଲକ୍ଷ ୮୦ ହଜାର ୮୧୦ ସଂକ୍ରମିତ ଓ ୮୧ ହଜାର ୮୬ମୃତ, ଆର୍ଜେଣ୍ଟିନାରେ ୨୭ ଲକ୍ଷ ୪୩ ହଜାର ୬୨୦ ସଂକ୍ରମିତ ଓ ୫୯ ହଜାର ୭୯୨ ମୃତ ରହିଛନ୍ତି ।