ବିଶ୍ୱରେ କାୟା ମେଲାଉଛି ମହାମାରୀ କରୋନା
- ସଂକ୍ରମିତଙ୍କ ସଂଖ୍ୟା ୧୪କୋଟି ୨୬ଲକ୍ଷ ୭୭ହଜାର ୭୯୨ ଓ ମୃତ୍ୟୁ ସଂଖ୍ୟା ୩୦ଲକ୍ଷ ୪୨ହଜାର ୪୨୬କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ମଙ୍ଗଳବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦ଲକ୍ଷ ୪୨ହଜାର ୪୨୬ଜଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪କୋଟି ୨୬ଲକ୍ଷ ୭୭ହଜାର ୭୯୨କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୨କୋଟି ୧୩ଲକ୍ଷ ୮୮ହଜାର ୧୦୩ ସୁସ୍ଥ ହୋଇ ଥିବାବେଳେ ୧ଲକ୍ଷ ୮ହଜାର ୧୮୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୨୪ଲକ୍ଷ ୬୮ହଜାର ୮୦୧ ସଂକ୍ରମିତ ଓ ୫ଲକ୍ଷ ୮୧ହଜାର ୫୨୭ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୩୯ଲକ୍ଷ ୭୭ ହଜାର ୭୧୩ସଂକ୍ରମିତ ଓ ୩ଲକ୍ଷ ୭୫ହଜାର ୪୯ମୃତ, ଫ୍ରାନ୍ସରେ ୫୨ ଲକ୍ଷ ୯୬ ହଜାର ୨୨୨ ସଂକ୍ରମିତ ଓ ୧ ଲକ୍ଷ ୧ହଜାର ୧୮୦ ମୃତ, ଋଷିଆରେ ୪୭ ଲକ୍ଷ ୧୦ ହଜାର ୬୯୦ ସଂକ୍ରମିତ ଓ ୧ଲକ୍ଷ ୫ ହଜାର ୯୨୮ଜଣ ମୃତ, ୟୁକେରେ ୪୩ ଲକ୍ଷ ୯୦ ହଜାର ୭୮୩ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୨୭୪ ମୃତ, ତୁର୍କୀରେ ୪୩ ଲକ୍ଷ ୨୩ ହଜାର ୫୯୬ ସଂକ୍ରମିତ ଓ ୩୬ ହଜାର ୨୬୭ ମୃତ, ଇଟାଲିରେ ୩୮ ଲକ୍ଷ ୭୮ ହଜାର ୯୯୪ ସଂକ୍ରମିତ ଓ ୧ଲକ୍ଷ ୧୭ ହଜାର ୨୪୩ମୃତ, ସ୍ପେନରେ ୩୪ ଲକ୍ଷ ୨୮ ହଜାର ୩୫୪ ସଂକ୍ରମିତ ଓ ୭୭ ହଜାର ୧୦୨ ମୃତ, ଜର୍ମାନୀରେ ୩୧ ଲକ୍ଷ ୬୪ ହଜାର ୪୪୭ ସଂକ୍ରମିତ ଓ ୮୦ ହଜାର ୭୭୪ମୃତ, ଆର୍ଜେଣ୍ଟିନାରେ ୨୭ ଲକ୍ଷ ୧୪ ହଜାର ୪୭୫ ସଂକ୍ରମିତ ଓ ୫୯ ହଜାର ୧୬୪ ମୃତ ରହିଛନ୍ତି ।