ବିଶ୍ୱରେ କାୟା ମେଲାଉଛି କରୋନା
- ସଂକ୍ରମିତଙ୍କ ସଂଖ୍ୟା ୧୪କୋଟି ୧୯ଲକ୍ଷ ୮୫ହଜାର ୪୯୪ ଓ ମୃତ୍ୟୁ ସଂଖ୍ୟା ୩୦ଲକ୍ଷ ୩୨ହଜାର ୧୮୫କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ସୋମବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦ଲକ୍ଷ ୩୨ହଜାର ୧୮୫ଜଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪କୋଟି ୧୯ଲକ୍ଷ ୮୫ହଜାର ୪୯୪କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୨କୋଟି ୬ଲକ୍ଷ ୭୩ହଜାର ୯୯୯ ସୁସ୍ଥ ହୋଇ ଥିବାବେଳେ ୧ଲକ୍ଷ ୭ହଜାର ୩୪୭ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୨୪ଲକ୍ଷ ୩ହଜାର ୬୬୪ ସଂକ୍ରମିତ ଓ ୫ଲକ୍ଷ ୮୧ହଜାର ୬୧ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୪ଲକ୍ଷ ୩ ହଜାର ୭୧ସଂକ୍ରମିତ, ୩ଲକ୍ଷ ୭୩ହଜାର ୪୪୨ମୃତ, ଫ୍ରାନ୍ସରେ ୫୨ ଲକ୍ଷ ୮୯ ହଜାର ୨୫୬ ସଂକ୍ରମିତ ଓ ୧ ଲକ୍ଷ ୭୩୩ ମୃତ, ଋଷିଆରେ ୪୭ ଲକ୍ଷ ୨ ହଜାର ୧୦୧ ସଂକ୍ରମିତ ଓ ୧ଲକ୍ଷ ୫ ହଜାର ୫୮୨ଜଣ ମୃତ, ୟୁକେରେ ୪୩ ଲକ୍ଷ ୮୭ ହଜାର ୮୨୦ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୨୭୦ ମୃତ, ତୁର୍କୀରେ ୪୨ ଲକ୍ଷ ୬୮ ହଜାର ୪୪୭ ସଂକ୍ରମିତ ଓ ୩୫ ହଜାର ୯୨୬ ମୃତ, ଇଟାଲିରେ ୩୮ ଲକ୍ଷ ୭୦ ହଜାର ୧୩୧ ସଂକ୍ରମିତ ଓ ୧ଲକ୍ଷ ୧୬ ହଜାର ୯୨୭ମୃତ, ସ୍ପେନରେ ୩୪ ଲକ୍ଷ ୭ ହଜାର ୨୮୩ ସଂକ୍ରମିତ ଓ ୭୬ ହଜାର ୯୮୧ ମୃତ, ଜର୍ମାନୀରେ ୩୧ ଲକ୍ଷ ୫୧ ହଜାର ୩୦ ସଂକ୍ରମିତ ଓ ୮୦ ହଜାର ୫୯୧ମୃତ, ଆର୍ଜେଣ୍ଟିନାରେ ୨୬ ଲକ୍ଷ ୯୪ ହଜାର ୧୪ ସଂକ୍ରମିତ ଓ ୫୯ ହଜାର ୨୨୮ ମୃତ ରହିଛନ୍ତି ।