ବିଶ୍ୱରେ ଆଉ ୭ଲକ୍ଷ ୬୨ହଜାର ୮୯୦ ସଂକ୍ରମିତ ଓ ୧୪ହଜାର ୨୦୬ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୭ଲକ୍ଷ ୬୨ହଜାର ୮୯୦ ଜଣ ସଂକ୍ରମିତ ହୋଇଥିବାବେଳେ ୧୪ହଜାର ୨୦୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୧୦ଲକ୍ଷ ୬୫ହଜାର ୮୦୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩ଲକ୍ଷ ୪୪ହଜାର ୪୯୭ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୩କୋଟି ୯୮ଲକ୍ଷ ୪୩ହଜାର ୨୨୨ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୮ଲକ୍ଷ ୭୮ହଜାର ୮୩ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୫ଲକ୍ଷ ୮୫ହଜାର ୫୩୧ ସଂକ୍ରମିତ ଓ ୫ଲକ୍ଷ ୯୭ହଜାର ୭୬୧ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୩ଲକ୍ଷ ୬୧ ହଜାର ୬୮୬ସଂକ୍ରମିତ ଓ ୪ଲକ୍ଷ ୨୮ହଜାର ୨୫୬ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୨୧ ହଜାର ୬୬୮ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୧୧୯ ମୃତ, ତୁର୍କୀରେ ୫୦ ଲକ୍ଷ ୭୨ ହଜାର ୬୬୨ ସଂକ୍ରମିତ ଓ ୪୩ ହଜାର ୮୨୧, ଋଷିଆରେ ୪୯ ଲକ୍ଷ ୫ ହଜାର ୫୯ ସଂକ୍ରମିତ ଓ ୧ଲକ୍ଷ ୧୪ ହଜାର ୩୩୧ଜଣ ମୃତ, ୟୁକେରେ ୪୪ ଲକ୍ଷ ୪୧ ହଜାର ୯୭୫ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୪୦ ମୃତ, ଇଟାଲିରେ ୪୧ ଲକ୍ଷ ୩୧ ହଜାର ୭୮ ସଂକ୍ରମିତ ଓ ୧ଲକ୍ଷ ୨୩ ହଜାର ୫୪୪ମୃତ, ସ୍ପେନରେ ୩୫ ଲକ୍ଷ ୯୨ ହଜାର ୭୫୧ ସଂକ୍ରମିତ ଓ ୭୯ ହଜାର ୨୦୮ ମୃତ, ଜର୍ମାନୀରେ ୩୫ ଲକ୍ଷ ୫୮ ହଜାର ୧୪୮ ସଂକ୍ରମିତ ଓ ୭୯ ହଜାର ୨୦୮ମୃତ, ଆର୍ଜେଣ୍ଟିନାରେ ୩୫ ଲକ୍ଷ ୫୮ ହଜାର ୧୪୮ ସଂକ୍ରମିତ ଓ ୮୬ ହଜାର ୯ ମୃତ ରହିଛନ୍ତି ।