ରାଜ୍ୟରେ ଆଉ ୧,୯୩୦ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଏବେ ଜୁଲାଇ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧ହଜାର ୯୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୧୧୭ ଓ ସ୍ଥାନୀୟ ଅଞ୍ଚଳରୁ ୮୧୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୪୩ହଜାର ୬୭୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୦ ଜଣ ଥିବାବେଳେ ବାଲେଶ୍ୱରରୁ ୧୩୪ଜଣ, ବରଗଡ଼ରୁ ୧୨ଜଣ, ଭଦ୍ରକରୁ ୯୮ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ୩ଜଣ, କଟକରୁ ୨୨୦ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୬୨ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୭୫ଜଣ, ଯାଜପୁରରୁ ୧୨୫ଜଣ, ଝାରସୁଗୁଡ଼ାରୁ ୧୬ଜଣ, କଳାହାଣ୍ଡିରୁ ୭ଜଣ, କନ୍ଧମାଳରୁ ୨୭ଜଣ, କେନ୍ଦ୍ରାପଡ଼ାରୁ ୧୨୩ଜଣ, କେନ୍ଦୁଝରରୁ ୪୮ଜଣ, ଖୋର୍ଦ୍ଧାରୁ ୪୩୧ଜଣ, କୋରାପୁଟରୁ ୧୪ଜଣ, ମାଲକାନଗିରିରୁ ୨୮ଜଣ, ମୟୁରଭଞ୍ଜରୁ ୯୮ଜଣ, ନବରଙ୍ଗପୁରରୁ ୫ଜଣ, ନୟାଗଡ଼ରୁ ୫୮ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୨୭ଜଣ, ରାୟଗଡ଼ାରୁ ୩୮ଜଣ, ସମ୍ବଲପୁରରୁ ୨୫ଜଣ, ସୋନପୁରରୁ ୫ଜଣ, ସୁନ୍ଦରଗଡ଼ରୁ ୯୪ଜଣ ଓ ରାଜ୍ୟ ପୁଲରୁ ୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୪୩,୬୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୧୫,୪୦୦ ଜଣ ସୁସ୍ଥ ହୋଇଥିବା ବେଳେ ୨୩ହଜାର ୪୯୨ଜଣ ସକ୍ରିୟ ମାମଲା ରହିଛି ।