ରାଜ୍ୟର କମୁଛି କରୋନା : ଆଉ ୮,୩୧୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ କିଛିଟା କମିବାରେ ଲାଗିଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୮ହଜାର ୩୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ହଜାର ୬୫୫ ଓ ସ୍ଥାନୀୟ ଅଞ୍ଚଳରୁ ୩ହଜାର ୬୫୮ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୬୪ହଜାର ୯୯୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୦୫ଜଣ ଥିବାବେଳେ ବାଲେଶ୍ୱରରୁ ୪୫୨ଜଣ, ବରଗଡ଼ରୁ ୨୭୯ଜଣ, ଭଦ୍ରକରୁ ୧୧୭ଜଣ, ବଲାଙ୍ଗୀରରୁ ୧୧୯ଜଣ, ବୌଦ୍ଧରୁ ୨୦୯ଜଣ, କଟକରୁ ୫୯୩ଜଣ, ଦେଓଗଡ଼ରୁ ୫୫ଜଣ, ଢେଙ୍କାନାଳରୁ ୪୦୭ଜଣ, ଗଜପତିରୁ ୮୫ଜଣ, ଗଞ୍ଜାମରୁ ୧୨୯ଜଣ, ଜଗତସିଂହପୁରରୁ ୨୮୦ଜଣ, ଯାଜପୁରରୁ ୩୫୪ଜଣ, ଝାରସୁଗୁଡ଼ାରୁ ୧୧୧ଜଣ, କଳାହାଣ୍ଡିରୁ ୧୬୨ଜଣ, କନ୍ଧମାଳରୁ ୯୦ଜଣ, କେନ୍ଦ୍ରାପଡ଼ାରୁ ୩୩୧ଜଣ, କେନ୍ଦୁଝରରୁ ୧୮୦ଜଣ , ଖୋର୍ଦ୍ଧାରୁ ୯୭୪ଜଣ, କୋରାପୁଟରୁ ୧୯୮ଜଣ, ମାଲକାନଗିରିରୁ ୧୦୩ଜଣ, ମୟୁରଭଞ୍ଜରୁ ୫୩୨ଜଣ, ନବରଙ୍ଗପୁରରୁ ୨୦୫ଜଣ, ନୟାଗଡ଼ରୁ ୨୦୫ଜଣ, ନୟାଗଡ଼ରୁ ୨୮୩ଜଣ, ନୂଆପଡ଼ାରୁ ୫୩ଜଣ, ପୁରୀରୁ ୪୦୫ଜଣ, ରାୟଗଡ଼ାରୁ ୧୪୮ଜଣ, ସମ୍ବଲପୁରରୁ ୨୦୪ଜଣ, ସୋନପୁରରୁ ୧୨୩ଜଣ, ସୁନ୍ଦରଗଡ଼ରୁ ୪୬୫ଜଣ ଏବଂ ରାଜ୍ୟ ପୁଲ୍ରୁ ୧୬୨ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୭,୬୪,୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬,୭୦,୫୨୭ଜଣ ସୁସ୍ଥ ହୋଇଥିବା ବେଳେ ୯୧ହଜାର ୬୬୩ଜଣ ସକ୍ରିୟ ମାମଲା ରହିଛି ।