ବିଗୁଡ଼ିଛି ରାଜ୍ୟର ସ୍ଥିତି : ୩୬୬୪ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩୬୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୨୭ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୭ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୮ହଜାର ୨୫୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୯ଜଣ ଥିବାବେଳେ ବାଲେଶ୍ୱରରୁ ୩୯ଜଣ, ବରଗଡ଼ରୁ ୨୧୦ଜଣ, ଭଦ୍ରକରୁ ୨୭ଜଣ, ବଲାଙ୍ଗୀରରୁ ୭୯ଜଣ, ବୌଦ୍ଧରୁ ୬ଜଣ, କଟକରୁ ୧୯୮ଜଣ, ଦେଓଗଡ଼ରୁ ୩୦ଜଣ, ଢେଙ୍କାନାଳରୁ ୪୭ଜଣ, ଗଜପତିରୁ ୬୩ଜଣ, ଗଞ୍ଜାମରୁ ୬୬ଜଣ, ଜଗତସିଂହପୁରରୁ ୬୮ଜଣ, ଯାଜପୁରରୁ ୫୮ଜଣ, ଝାରସୁଗୁଡ଼ାରୁ ୧୮୩ଜଣ, କଳାହାଣ୍ଡିରୁ ୩୨୪ଜଣ, କନ୍ଧମାଳରୁ ୧୬ଜଣ, କେନ୍ଦ୍ରାପଡ଼ାରୁ ୨୯ଜଣ, କେନ୍ଦୁଝରରୁ ୫୬ଜଣ, ଖୋର୍ଦ୍ଧାରୁ ୭୦୪ଜଣ, କୋରାପୁଟରୁ ୩୯ଜଣ, ମାଲକାନଗିରିରୁ ୪ଜଣ, ମୟୁରଭଞ୍ଜରୁ ୧୧୯ଜଣ, ନବରଙ୍ଗପୁରରୁ ୮୧ଜଣ, ନୟାଗଡ଼ରୁ ୨୮ଜଣ, ନୂଆପଡ଼ାରୁ ୨୨୧ଜଣ, ପୁରୀରୁ ୧୪୩ଜଣ, ରାୟଗଡ଼ାରୁ ୫୭ଜଣ, ସମ୍ବଲପୁରରୁ ୧୯୯ଜଣ, ସୋନପୁରରୁ ୧୬ଜଣ, ସୁନ୍ଦରଗଡ଼ରୁ ୩୪୦ଜଣ ଏବଂ ରାଜ୍ୟ ପୁଲ୍ରୁ ୧୫୫ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୬୮,୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୧,୪୩୬ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୪୪,୮୨୫ଜଣ ସୁସ୍ଥ ହୋଇଛନ୍ତି ।