ରାଜ୍ୟରେ ଆଉ ୯,୫୪୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଗତ ୨/୩ ଦୈନିକ ସଂକ୍ରମଣରେ କିଛିଟା କମିଥିବା ବେଳେ ରବିବାର ପୁଣି ବଢିଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୯ହଜାର ୫୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ହଜାର ୩୪୩ ଓ ସ୍ଥାନୀୟ ଅଞ୍ଚଳରୁ ୪ହଜାର ୧୯୮ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୫୬ହଜାର ୬୮୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୬୨ଜଣ ଥିବାବେଳେ ବାଲେଶ୍ୱରରୁ ୩୦୨ଜଣ, ବରଗଡ଼ରୁ ୨୮୪ଜଣ, ଭଦ୍ରକରୁ ୪୬୪ଜଣ, ବଲାଙ୍ଗୀରରୁ ୧୦୧ଜଣ, ବୌଦ୍ଧରୁ ୧୭୭ଜଣ, କଟକରୁ ୭୧୬ଜଣ, ଦେଓଗଡ଼ରୁ ୬୧ଜଣ, ଢେଙ୍କାନାଳରୁ ୧୧୭ଜଣ, ଗଜପତିରୁ ୬୯ଜଣ, ଗଞ୍ଜାମରୁ ୧୫୦ଜଣ, ଜଗତସିଂହପୁରରୁ ୨୯୯ଜଣ, ଯାଜପୁରରୁ ୪୮୯ଜଣ, ଝାରସୁଗୁଡ଼ାରୁ ୧୪୦ଜଣ, କଳାହାଣ୍ଡିରୁ ୩୧୫ଜଣ, କନ୍ଧମାଳରୁ ୧୦୭ଜଣ, କେନ୍ଦ୍ରାପଡ଼ାରୁ ୧୧୪ଜଣ, କେନ୍ଦୁଝରରୁ ୧୭୭ଜଣ, ଖୋର୍ଦ୍ଧାରୁ ୧୩୪୨ଜଣ, କୋରାପୁଟରୁ ୨୧୫ଜଣ, ମାଲକାନଗିରିରୁ ୧୨୩ଜଣ, ମୟୁରଭଞ୍ଜରୁ ୬୯୫ଜଣ, ନବରଙ୍ଗପୁରରୁ ୨୫୪ଜଣ, ନୟାଗଡ଼ରୁ ୨୩୦ଜଣ, ନୂଆପଡ଼ାରୁ ୫୦ଜଣ, ପୁରୀରୁ ୫୨୮ଜଣ, ରାୟଗଡ଼ାରୁ ୧୬୪ଜଣ, ସମ୍ବଲପୁରରୁ ୨୨୯ଜଣ, ସୋନପୁରରୁ ୨୪୫ଜଣ, ସୁନ୍ଦରଗଡ଼ରୁ ୫୯୫ଜଣ ଏବଂ ରାଜ୍ୟ ପୁଲ୍ରୁ ୨୨୭ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୭,୫୬,୬୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬,୫୮,୬୪୬ଜଣ ସୁସ୍ଥ ହୋଇଥିବା ବେଳେ ୯୫ହଜାର ୨୬୬ଜଣ ସକ୍ରିୟ ମାମଲା ରହିଛି ।