ରାଜ୍ୟରେ ଆଉ ୭,୧୮୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଶନିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୭ହଜାର ୧୮୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ହଜାର ୦୨୬ ଓ ସ୍ଥାନୀୟ ଅଞ୍ଚଳରୁ ୩ହଜାର ୧୬୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୪୭ହଜାର ୧୪୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୧୫ଜଣ ଥିବାବେଳେ ବାଲେଶ୍ୱରରୁ ୧୦୩ଜଣ, ବରଗଡ଼ରୁ ୨୭୧ଜଣ, ଭ୍ରଦରୁ ୮୯ଜଣ, ବଲାଙ୍ଗୀରରୁ ୯୩ଜଣ, ବୌଦ୍ଧରୁ ୨୫୭ଜଣ, କଟକରୁ ୬୯୦ଜଣ, ଦେଓଗଡ଼ରୁ ୬୧ଜଣ, ଢେଙ୍କାନାଳରୁ ୨୫୫ଜଣ, ଗଜପତିରୁ ୧୦୬ଜଣ, ଗଞ୍ଜାମରୁ ୧୬୩ଜଣ, ଜଗତସିଂହପୁରରୁ ୧୫୪ଜଣ, ଯାଜପୁରରୁ ୪୦୬ଜଣ, ଝାରସୁଗୁଡ଼ାରୁ ୧୧୪ଜଣ, କଳାହାଣ୍ଡିରୁ ୧୭୭ଜଣ, କନ୍ଧମାଳରୁ ୫୪ଜଣ, କେନ୍ଦ୍ରାପଡ଼ାରୁ ୭୫ଜଣ, କେନ୍ଦୁଝରରୁ ୫୭ଜଣ, ଖୋର୍ଦ୍ଧାରୁ ୧୧୩୪ଜଣ, କୋରାପୁଟରୁ ୨୦୨ଜଣ, ମାଲକାନଗିରିରୁ ୯୨ଜଣ, ମୟୁରଭଞ୍ଜରୁ ୩୨୦ଜଣ, ନବରଙ୍ଗପୁରରୁ ୨୧୬ଜଣ, ନୟାଗଡ଼ରୁ ୨୪୨ଜଣ, ନୂଆପଡ଼ାରୁ ୬୨ଜଣ, ପୁରୀରୁ ୪୫୭ଜଣ, ରାୟଗଡ଼ାରୁ ୧୬୫ଜଣ, ସମ୍ବଲପୁରରୁ ୧୨୦ଜଣ, ସୋନପୁରରୁ ୧୨୯ଜଣ, ସୁନ୍ଦରଗଡ଼ରୁ ୧୭୨ଜଣ ଏବଂ ରାଜ୍ୟ ପୁଲ୍ରୁ ୨୩୭ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୭,୪୭,୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬,୪୭,୧୩୩ ଜଣ ସୁସ୍ଥ ହୋଇଥିବା ବେଳେ ୯୭ହଜାର ୨୭୧ଜଣ ସକ୍ରିୟ ମାମଲା ରହିଛି ।