ବିଗୁଡୁଛି ରାଜ୍ୟର ସ୍ଥିତି : ୭,୨୧୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ତେବେ ଗୁରୁବାର ପଜିଟିଭ୍ ସଂଖ୍ୟା ହ୍ରାସ ପାଇଥିବା ବେଳେ ଶୁକ୍ରବାର ପୁଣି ବଢିଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୭ହଜାର ୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ହଜାର ୦୪୧ ଓ ସ୍ଥାନୀୟ ଅଞ୍ଚଳରୁ ୩ହଜାର ୧୭୫ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୩୯ହଜାର ୯୫୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୦୯ଜଣ ଥିବାବେଳେ ବାଲେଶ୍ୱରରୁ ୨୧୫ଜଣ, ବରଗଡ଼ରୁ ୩୩୧ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରରୁ ୧୩୦ଜଣ, ବୌଦ୍ଧରୁ ୧୪୮ଜଣ, କଟକରୁ ୧୦୯୧ଜଣ, ଦେଓଗଡ଼ରୁ ୬୮ଜଣ, ଢେଙ୍କାନାଳରୁ ୪୨୮ଜଣ, ଗଜପତିରୁ ୩୮ଜଣ, ଗଞ୍ଜାମରୁ ୧୫୦ଜଣ, ଜଗତସିଂହପୁରରୁ ୧୮୩ଜଣ , ଯାଜପୁରରୁ ୨୪୧ଜଣ, ଝାରସୁଗୁଡ଼ାରୁ ୬୪ଜଣ, କଳାହାଣ୍ଡିରୁ ୧୫୦ଜଣ, କେନ୍ଦ୍ରାପଡ଼ାରୁ ୪୮୭ଜଣ, କେନ୍ଦୁଝରରୁ ୭୨ଜଣ, ଖୋର୍ଦ୍ଧାରୁ ୮୦୯ଜଣ, କୋରାପୁଟରୁ ୨୨୦ଜଣ, ମାଲକାନଗିରିରୁ ୧୩୫ଜଣ, ମୟୁରଭଞ୍ଜରୁ ୨୭ଜଣ, ନବରଙ୍ଗପୁରରୁ ୨୪୨ଜଣ, ନୟାଗଡ଼ରୁ ୧୬୪ଜଣ, ନୂଆପଡ଼ାରୁ ୬୬ଜଣ, ପୁରୀରୁ ୧୧୦ଜଣ, ରାୟଗଡ଼ାରୁ ୨୪୬ଜଣ, ସମ୍ବଲପୁରରୁ ୨୪୧ଜଣ, ସୋନପୁରରୁ ୭୪ଜଣ, ସୁନ୍ଦରଗଡ଼ରୁ ୧୮୪ଜଣ ଏବଂ ରାଜ୍ୟ ପୁଲ୍ରୁ ୧୪୬ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୭,୩୯,୯୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬,୩୫,୧୭୯ ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୦୨ହଜାର ୦୭୨ଜଣ ସକ୍ରିୟ ମାମଲା ରହିଛି ।