ବିଗୁଡୁଛି ରାଜ୍ୟର ସ୍ଥିତି : ୧୧,୧୦୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଶନିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୧ହଜାର ୧୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ହଜାର ୨୧୯ ଓ ସ୍ଥାନୀୟ ଅଞ୍ଚଳରୁ ୪ହଜାର ୮୮୯ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୫୫ହଜାର ୮୯୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୬୪ଜଣ ଥିବାବେଳେ ବାଲେଶ୍ୱରରୁ ୫୦୯ଜଣ, ବରଗଡ଼ରୁ ୩୩୯ଜଣ, ଭଦ୍ରକରୁ ୪୮୯ଜଣ, ବଲାଙ୍ଗୀରରୁ ୨୮୯ଜଣ, ବୌଦ୍ଧରୁ ୨୭୩ଜଣ, କଟକରୁ ୯୪୪ଜଣ, ଦେଓଗଡ଼ରୁ ୧୨୫ଜଣ, ଢେଙ୍କାନାଳରୁ ୧୩୧ଜଣ, ଗଜପତିରୁ ୧୫୭ଜଣ, ଗଞ୍ଜାମରୁ ୨୧୪ଜଣ, ଜଗତସିଂହପୁରରୁ ୨୧୮ଜଣ, ଯାଜପୁରରୁ ୩୯୬ଜଣ, ଝାରସୁଗୁଡ଼ାରୁ ୧୧୩ଜଣ, କଳାହାଣ୍ଡିରୁ ୩୯ଜଣ, କନ୍ଧମାଳରୁ ୧୩୨ଜଣ, କେନ୍ଦ୍ରାପଡ଼ାରୁ ୧୫୦ଜଣ, କେନ୍ଦୁଝରରୁ ୧୬୯ଜଣ, ଖୋର୍ଦ୍ଧାରୁ ୧୪୫୧ଜଣ, କୋରାପୁଟରୁ ୨୫୧ଜଣ, ମାଲକାନାଗିରିରୁ ୧୦୦ଜଣ, ମୟୁରଭଞ୍ଜରୁ ୬୩୫ ଜଣ, ନବରଙ୍ଗପୁରରୁ ୩୫୭ଜଣ, ନୟାଗଡ଼ରୁ ୩୩୨ଜଣ, ନୂଆପଡ଼ାରୁ ୧୧୪ଜଣ, ପୁରୀରୁ ୪୭୩ଜଣ, ରାୟଗଡ଼ାରୁ ୨୦୯ଜଣ, ସମ୍ବଲପୁରରୁ ୩୮୪ଜଣ, ସୋନପୁରରୁ ୧୮୦ଜଣ, ସୁନ୍ଦରଗଡ଼ରୁ ୭୦୮ଜଣ ଏବଂ ରାଜ୍ୟ ପୁଲ୍ରୁ ୨୫୪ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୬,୫୫,୮୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୪୬,୬୩୧ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୦୬ହଜାର ୮୧୨ଜଣ ସକ୍ରିୟ ମାମଲା ରହିଛି ।