ବିଗୁଡ଼ିଛି ରାଜ୍ୟର ସ୍ଥିତି : ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ବୁଧବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୦,୯୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୧୪୯ ଓ ସ୍ଥାନୀୟ ଅଞ୍ଚଳରୁ ୪୮୩୩ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୬୫ହଜାର ୬୪୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୩୯ଜଣ ଥିବାବେଳେ ବାଲେଶ୍ୱରରୁ ୩୦୩ଜଣ, ବରଗଡ଼ରୁ ୪୩୧ଜଣ, ଭଦ୍ରକରୁ ୨୩୧ଜଣ, ବଲାଙ୍ଗୀରରୁ ୪୨୬ଜଣ, ବୌଦ୍ଧରୁ ୧୮୦ଜଣ, କଟକରୁ ୮୮୫ଜଣ, ଦେଓଗଡ଼ରୁ ୧୨୭ଜଣ, ଢେଙ୍କାନାଳରୁ ୧୮୯ଜଣ, ଗଜପତିରୁ ୧୧୧ଜଣ, ଗଞ୍ଜାମରୁ ୧୭୭ଜଣ, ଜଗତସିଂହପୁରରୁ ୨୩୨ଜଣ, ଯାଜପୁରରୁ ୩୪୯ଜଣ, ଝାରସୁଗୁଡ଼ାରୁ ୩୮୦ଜଣ, କଳାହାଣ୍ଡିରୁ ୩୭୦ଜଣ, କନ୍ଧମାଳରୁ ୧୩୪ଜଣ, କେନ୍ଦ୍ରାପଡ଼ାରୁ ୧୪୧ଜଣ, କେନ୍ଦୁଝରରୁ ୨୫୩ଜଣ, ଖୋର୍ଦ୍ଧାରୁ ୧୫୩୯ଜଣ, କୋରାପୁଟରୁ ୧୯୫ଜଣ, ମାଲକାନଗିରିରୁ ୭୧ଜଣ, ମୟୁରଭଞ୍ଜରୁ ୨୩୯ଜଣ, ନବରଙ୍ଗପୁରରୁ ୩୩୫ଜଣ, ନୟାଗଡ଼ରୁ ୧୯୨ଜଣ, ନୂଆପଡ଼ାରୁ ୩୭୮ଜଣ, ପୁରୀରୁ ୩୯୮ଜଣ, ରାୟଗଡାରୁ ୨୧୨ଜଣ, ସମ୍ବଲପୁରରୁ ୪୫୪ଜଣ, ସୋନପୁରରୁ ୨୧୫ଜଣ, ସୁନ୍ଦରଗଡ଼ରୁ ୯୬୪ଜଣ ଏବଂ ରାଜ୍ୟ ପୁଲ୍ରୁ ୩୩୨ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୫,୬୫,୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪,୬୫,୧୩୩ଜଣ ସୁସ୍ଥ ହୋଇଥିବା ବେଳେ ୯୮,୨୩୦ଜଣ ସକ୍ରିୟ ମାମଲା ରହିଛି ।