ବିଗୁଡ଼ିଛି ରାଜ୍ୟର ସ୍ଥିତି : ୧୦,୬୩୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୦,୬୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୦୧୨ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨୩ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୩୪ହଜାର ୮୪୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୫୯ଜଣ ଥିବାବେଳେ ବାଲେଶ୍ୱରରୁ ୩୦୧ଜଣ, ବରଗଡ଼ରୁ ୪୪୩ଜଣ, ଭଦ୍ରକରୁ ୧୦୦ଜଣ, ବଲାଙ୍ଗୀରରୁ ୩୧୮ଜଣ, ବୌଦ୍ଧରୁ ୧୭୯ଜଣ, କଟକରୁ ୮୮୭ଜଣ, ଦେଓଗଡ଼ରୁ ୧୩୭ଜଣ, ଢେଙ୍କାନାଳରୁ ୧୪୬ଜଣ, ଗଜପତିରୁ ୧୦୧ଜଣ, ଗଞ୍ଜାମରୁ ୨୬୬ଜଣ, ଜଗତସିଂହପୁରରୁ ୧୪୦ଜଣ, ଯାଜପୁରରୁ ୨୯୦ଜଣ, ଝାରସୁଗୁଡ଼ାରୁ ୪୫୬ଜଣ, କଳାହାଣ୍ଡିରୁ ୪୬୯ଜଣ, କନ୍ଧମାଳରୁ ୭୩ଜଣ, କେନ୍ଦ୍ରାପଡ଼ାରୁ ୧୧୭ଜଣ, କେନ୍ଦୁଝରରୁ ୧୯୩ଜଣ, ଖୋର୍ଦ୍ଧାରୁ ୧୫୯୪ଜଣ, କୋରାପୁଟରୁ ୧୨୭ଜଣ, ମାଲକାନଗିରିରୁ ୭୯ଜଣ, ମୟୁରଭଞ୍ଜରୁ ୧୭୯ଜଣ, ନବରଙ୍ଗପୁରରୁ ୩୩୬ଜଣ, ନୟାଗଡ଼ରୁ ୨୫୩ଜଣ, ନୂଆପଡ଼ାରୁ ୩୨୪ଜଣ, ପୁରୀରୁ ୪୩୪ଜଣ, ରାୟଗଡ଼ାରୁ ୧୫୮ଜଣ, ସମ୍ବଲପୁରରୁ ୬୪୧ଜଣ, ସୋନପୁରରୁ ୧୪୯ଜଣ, ସୁନ୍ଦରଗଡ଼ରୁ ୯୪୩ଜଣ ଏବଂ ରାଜ୍ୟ ପୁଲ୍ରୁ ୨୭୩ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୫,୩୪,୮୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪,୩୯,୩୨୨ଜଣ ସୁସ୍ଥ ହୋଇଥିବା ବେଳେ ୯୩,୨୮୭ଜଣ ସକ୍ରିୟ ମାମଲା ରହିଛି ।