ବିଗୁଡ଼ିଛି ରାଜ୍ୟର ସ୍ଥିତି : ୬୫୯୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୮୨୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭୭୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧୪ହଜାର ୦୫୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୮୭ଜଣ ଥିବାବେଳେ ବାଲେଶ୍ୱରରୁ ୧୩୭ଜଣ, ବରଗଡ଼ରୁ ୨୦୩ଜଣ, ଭଦ୍ରକରୁ ୮୭ଜଣ, ବଲାଙ୍ଗୀରରୁ ୯୮ଜଣ, ବୌଦ୍ଧରୁ ୭୦ଜଣ, କଟକରୁ ୪୮୮ଜଣ, ଦେଓଗଡ଼ରୁ ୩୮ଜଣ, ଢେଙ୍କାନାଳରୁ ୨୦ଜଣ, ଗଜପତିରୁ ୮୧ଜଣ, ଗଞ୍ଜାମରୁ ୩୨୩ଜଣ, ଜଗତସିଂହପୁରରୁ ୯୩ଜଣ, ଯାଜପୁରରୁ ୨୩୭ଜଣ,ଝାରସୁଗୁଡ଼ାରୁ ୪୩୬ଜଣ, କଳାହାଣ୍ଡିରୁ ୫୧୮ଜଣ, କନ୍ଧମାଳରୁ ୩୫ଜଣ,କେନ୍ଦ୍ରାପଡ଼ାରୁ ୩୮ଜଣ, କେନ୍ଦୁଝରରୁ ୧୬୬ଜଣ, ଖୋର୍ଦ୍ଧାରୁ ୯୫୮ଜଣ, କୋରାପୁଟରୁ ୬୯ଜଣ, ମାଲକାନଗିରିରୁ ୨୨ଜଣ, ମୟୁରଭଞ୍ଜରୁ ୧୮୦ଜଣ, ନବରଙ୍ଗପୁରରୁ ୨୨୧ଜଣ, ନୟାଗଡ଼ରୁ ୯୧ଜଣ, ନୂଆପଡ଼ାରୁ ୫୫୧ଜଣ, ପୁରୀରୁ ୧୪୫ଜଣ, ରାୟଗଡ଼ାରୁ ୧୧୭ଜଣ, ସମ୍ବଲପୁରରୁ ୨୨୬ଜଣ, ସୋନପୁରରୁ ୧୨୯ଜଣ, ସୁନ୍ଦରଗଡ଼ରୁ ୪୩୪ଜଣ ଏବଂ ରାଜ୍ୟ ପୁଲ୍ରୁ ୨୦୧ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୪,୧୪,୦୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୬୨,୯୩୧ଜଣ ସୁସ୍ଥ ହୋଇଥିବା ବେଳେ ୪୯,୦୭୫ ଜଣ ସକ୍ରିୟ ମାମଲା ରହିଛି ।