ରାଜ୍ୟରେ ଆଉ ୩୪୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କମୁଛି କରୋନାର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୪୩୨୩ ଜଣକୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୪୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୧ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 24th Feb
— I & PR Department, Odisha (@IPR_Odisha) February 25, 2022
New Positive Cases: 345
Of which 0-18 years: 111
In quarantine: 202
Local contacts: 143
(Details of local contacts will be shared by concerned District)
1. Angul: 32
2. Balasore: 6
3. Bargarh: 8
4. Bhadrak: 6
5. Balangir: 1
6. Boudh: 3
ଯାଜପୁରରୁ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩୨, ବାଲେଶ୍ୱର ୬, ବରଗଡ ୮, ଭଦ୍ରକ ୬, ବଲାଙ୍ଗିର ୧, ବୌଦ୍ଧ ୩, କଟକ ୫, ଢ଼େଙ୍କାନାଳ ୩, ଗଜପତିରୁ ୨୭, ଗଞ୍ଜାମରେ ୧୭, ଜଗତସିଂହପୁର ୨, ଯାଜପୁର ୫୨, ଝାରସୁଗୁଡା ୧୭, କଳାହାଣ୍ଡି ୪, କନ୍ଧମାଳ ୨, କେନ୍ଦ୍ରାପଡା ୧୨, କେନ୍ଦୁଝର ୪, ଖୋର୍ଦ୍ଧା ୨୫, କୋରାପୁଟ ୧, ମାଲକାନଗିରି ୧, ମୟୂରଭଞ୍ଜ ୧୬, ନବରଙ୍ଗପୁର ୫, ନୟାଗଡ ୨, ନୂଆପଡା ୭, ପୁରୀ ୪, ରାୟଗଡା ୮, ସମ୍ବଲପୁର ୨୯,ସୋନପୁର ୧, ସୁନ୍ଦରଗଡ଼ ୩୯ ଷ୍ଟେଟପୁଲରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୮୨୫ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୭୧ ହଜାର ୮୪୩ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୪, ୩୨୩କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ୩ ହଜାର ୩୭୫ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।