ରାଜ୍ୟରେ କରୋନା ବିସ୍ଫୋରଣ! ଆଉ ୧୦,୮୫୬ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ସଂକ୍ରମଣ । ରାତି ପାହିଲେ ଚିହ୍ନଟ ହେଉଛନ୍ତି ହଜାର ହଜାର ନୂଆ ସଂକ୍ରମିତ । ଫଳରେ କରୋନା ସଂକ୍ରମଣକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଦୈନିକ ୧୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ଧାରା ଜାରି ରହିଛି । ଏହିକ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୮୫୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୨୯୩ ଚିହ୍ନଟ ହୋଇଥିବାବେଳେ ୪୫୬୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିଭଳି ଏହି ସଂକ୍ରମିତଙ୍କ ମଧ୍ୟରୁ ୧୦୨୧ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋର । ଏହାକୁ ମିଶାଇ ରାଜ୍ୟର ମୋଟ କୋଭିଡ୍ ମାମଲା ୧୧,୨୨,୭୩୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୦,୫୨,୩୯୫ ଜଣ ସୁସ୍ଥ ହୋଇଥିବାବେଳେ ୬୧,୮୦୯ ଜଣ ଚିକିତ୍ସାଧିନ ଅଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ଏହି ତଥ୍ୟ ପ୍ରଦାନ କରିଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୮୭ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୦୪, ବାଲେଶ୍ବରରୁ ୩୨୬, ବରଗଡରୁ ୧୪୫, ଭଦ୍ରକରୁ ୧୦୧, ବଲାଙ୍ଗୀରରୁ ୨୫୯, ବୌଦ୍ଧରୁ ୩୮, କଟକରୁ ୯୦୯, ଦେବଗଡରୁ ୨୪, ଢେଙ୍କାନାଳରୁ ୬୯, ଗଜପତିରୁ ୧୩୫, ଗଞ୍ଜାମରୁ ୧୩୯, ଜଗତସିଂହପୁରରୁ ୨୨୨, ଯାଜପୁରରୁ ୨୧୦, ଝାରସୁଗୁଡାରୁ ୨୧୧, କଳାହାଣ୍ଡିରୁ ୧୪୪, କନ୍ଧମାଳରୁ ୪୨, କେନ୍ଦ୍ରାପଡାରୁ ୭୫, କେନ୍ଦୁଝରରୁ ୮୪, କୋରାପୁଟରୁ ୧୬୫, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୩୭୬, ନବରଙ୍ଗପୁରରୁ ୧୦୬, ନୟାଗଡରୁ ୧୪୫, ନୂଆପଡାରୁ୭୫, ପୁରୀରୁ ୧୯୮, ରାୟଗଡାରୁ ୧୫୬, ସମ୍ବଲପୁରରୁ ୫୦୦, ସୋନପୁରରୁ ୧୦୨, ସୁନ୍ଦରଗଡରୁ ୧୯୪୩ ଓ ରାଜ୍ୟ ପୁଲରୁ ୭୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି ।