ରାଜ୍ୟରେ କରୋନା ସଂକ୍ରମିତ ଆଉ ୩୩ ମୃତ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ଏବେ ଉପରମୁହାଁ । ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଶୁକ୍ରବାର ଗତ ୨୪ ଘଂଟା ମଧ୍ୟରେ ୭ହଜାର ୨୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୩୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅନୁଗୋଳ ଜିଲାରେ ସର୍ବାଧିକ ୫ଜଣ ରହିଥିବା ବେଳେ ସୁନ୍ଦରଗଡ଼ରେ ୪ ଜଣ ଏବଂ ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର ଓଖୋର୍ଦ୍ଧା ଜିଲାରୁ ୩ ଜଣ ଲେଖାଏଁ ରହିଛନ୍ତି । ସେହିପରି ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବାବେଳେ ଢେଙ୍କାନାଳ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୬୫୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୭,୩୯,୯୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬,୩୫,୧୭୯ଜଣ ସୁସ୍ଥ ହୋଇଥିବା ବେଳେ ୧,୦୨,୦୭୨ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୨୪୮୪ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।