ଦେଶରେ କମୁଛି କରୋନା : ଆଉ ୧,୫୨,୭୩୪ ସଂକ୍ରମିତ ଓ ୩,୧୨୮ ମୃତ

ନୂଆଦିଲ୍ଲୀ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ସେହିପରି କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧.୫୨ ଲକ୍ଷକୁ ଖସି ଆସିଥିବା ବେଳେ ମୃତ୍ୟୁସଂଖ୍ୟା ୩ ହଜାରରୁ ସାମାନ୍ୟ ଅଧିକ ଅଛି। ଗତ ୫୨ ଦିନ ମଧ୍ୟରେ ଆଜି ଦୈନିକ ନୂଆ ସଂକ୍ରମଣ ରେକର୍ଡ ସର୍ବନିମ୍ନ ରହିଥିବା ଜଣାପଡ଼ିଛି।
ସୋମବାର ଗତ ୨୪ଘଣ୍ଟାରେ ୧ଲକ୍ଷ ୫୨ହଜାର ୭୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୧୨୮ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨ଲକ୍ଷ ୩୮ହଜାର ୦୨୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୦ଲକ୍ଷ ୪୭ହଜାର ୫୩୪କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୨୯ହଜାର ୧୦୦ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୫୬ଲକ୍ଷ ୯୨ହଜାର ୩୪୨ଜଣ ସୁସ୍ଥ ହୋଇଥିବା ବେଳେ ୨୦ଲକ୍ଷ ୨୬ହଜାର ୦୯୨ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।