ଦେଶରେ କମୁଛି କରୋନା : ଆଉ ୧,୭୩,୭୯୦ ସଂକ୍ରମିତ ଓ ୩,୬୧୭ ମୃତ

ନୂଆଦିଲ୍ଲୀ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି।
ସେହିପରି ଦେଶବ୍ୟାପୀ ତାଲାବନ୍ଦ ସହିତ କୋଭିଡ କଟକଣା ପାଳନ, ତାହାସହିତ ନମୁନା ପରୀକ୍ଷା ବୃଦ୍ଧି, ଟିକାକରଣ ଆଦିରୁ ସୁଫଳ ମିଳିବା ଆରମ୍ଭ ହୋଇଛି। ଶନିବାର ଗତ ୨୪ଘଣ୍ଟାରେ ୨ଲକ୍ଷ ୮୪ହଜାର ୬୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୬୧୭ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨ଲକ୍ଷ ୫୯ହଜାର ୪୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୭୭ଲକ୍ଷ ୨୯ହଜାର ୨୪୭କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୨୨ହଜାର ୫୧୨ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୫୧ଲକ୍ଷ ୭୮ହଜାର ୦୧୧ଜଣ ସୁସ୍ଥ ହୋଇଥିବା ବେଳେ ୨୨ଲକ୍ଷ ୨୮ହଜାର ୭୨୪ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।