ଭୁବନେଶ୍ୱର : ୧୧୯୬ପଜିଟିଭ୍ ଓ ୮୫୮ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ଗ୍ରାଫ ସାମନ୍ୟ ତଳମୁହାଁ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ କିନ୍ତୁ କମୁନି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୧୯୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧ କରୋନା କେସ୍ ସାମ୍ନାକୁ ଆସିଥିବା ବେଳେ କେବଳ ରାଜଧାନୀ ଭୁବନେଶ୍ୱରରୁ ୧୧୯୬ କେସ୍ ଚିହ୍ନଟ ହେବା ରାଜଧାନୀ ବାସୀଙ୍କ ଚିନ୍ତା ବଢାଇଛି ।
ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୯୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୦୦୨ ଟି ଲୋକାଲ କେସ୍ ଚିହ୍ନଟ କରାଯାଇଛି । ଏତେ ମାତ୍ରାରେ ଲୋକାଲ କେସ୍ ଚିହ୍ନଟ ହେବା ଏବେ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜଧାନୀର ହଟସ୍ପଟ ପାଲଟିଛି ଚନ୍ଦ୍ରଶେଖରପୁର ଅଞ୍ଚଳ । ସମଗ୍ର ରାଜଧାନୀରୁ ସର୍ବାଧିକ କରୋନା ଆକ୍ରାନ୍ତ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୮୫୮ ଜଣ କରୋନା ରୁ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।