ଭୁବନେଶ୍ୱର : ୧୧୧୮ ଆକ୍ରାନ୍ତ ଚିହ୍ନଟ ଓ ୮୫୧ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଶନିବାର ଆଉ ୧୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୨୮୧ କୁ ବୃଦ୍ଧି ପାଇଛି । ସେଥିରୁ ୧୭୪ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୯୪୪ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୮୫୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୫୮ ଜଣ ଓ ନୟାପଲ୍ଲୀରୁ ୫୨ଜଣ , ଓଲ୍ଡ ଟାଉନ୍ ରୁ ୪୯ ଜଣ , ଖଣ୍ଡଗିରିରୁ ୪୮ ଜଣ ରହିଛନ୍ତି । ସେହିପରି ଲକ୍ଷ୍ମୀସାଗରରୁ ୩୫ ,ଡୁମଡୁମାରୁ ୩୩ , ଚନ୍ଦ୍ରଶେଖରପୁରରୁ ୩୦ , ଶୈଳଶ୍ରୀବିହାରରୁ ୨୪, ୟୁନିଟ୍ ୯ରୁ ୨୩, ଝାରପଡାରୁ ୨୦ ଜଣ ଆକ୍ରାନ୍ତ ରହିଛନ୍ତି ।
ସେହିପରି ନୟାପଲ୍ଲୀରୁ ୨୪ଜଣ , ପଟିଆରୁ ୧୩ ଜଣ , ପାତ୍ରପଡାରୁ ୭ , ଲକ୍ଷ୍ମୀସାଗରରୁ ୬ ଜଣ ଲେଖାଏଁ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୨୮୧ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୪୮୨୮୬ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୧୬୮୩ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୯୧ ରହିଛି ।