ବାଲେଶ୍ୱର : ଆଉ ୩୦୩ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ୱର : ଦ୍ୱିତୀୟ ଲହରରେ କରୋନା କାୟା ବିସ୍ତାରକୁ ନେଇ ସବୁ ମହଲରୁ ଉଦବେଗ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଛୁଇଁ ଥିବା ବେଳେ ବାଲେଶ୍ୱର ଜିଲାରେ ୩୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ବାଲେଶ୍ୱର ସହରର ନୂଆବଜାର ଅଞ୍ଚଳରୁ ୫ଜଣ, ବାରବାଟୀରୁ ୪ଜଣ, ଜେଲରୋଡ଼ରୁ ୩ଜଣ, ସହଦେବଖୁଣ୍ଟାରୁ ୩ଜଣ, ସୁନହଟରୁ ୩ ଜଣ, ଶୋଭାରାମପୁରରୁ ୩ ଜଣ, ଗୋପାଳଗାଁରୁ ୨ଜଣ, ପୁଲିସ ଲାଇନରୁ ୨ ଜଣ, ରାଣୀପାଟଣାରୁ ୨ ଜଣ, ପୁଲିସ କଲୋନିରୁ ୨ଜଣ, ସୁଏଲପୁରରୁ ୨ଜଣଙ୍କ ସମେତ ଏଡିଏମ ଛକ, ଅରଡ଼ବଜାର, ଆଜିମାବାଦ, ଆର୍ତ୍ତକବିରାଜ ରୋଡ଼, ଭୋଇସାହି, ବଟେଶ୍ୱର, ଆଇଟିଆଇ ଛକ, ମାଣିଖମ୍ବ, ନଲମଗଞ୍ଜ, ମଲିକାଶପୁର, ପଢ଼ୁଆଁପଦା, ପୁରୁଣାବାଲେଶ୍ୱର ଓ ଶୀକଣ୍ଠପୁର ଅଞ୍ଚଳରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସଦର ବ୍ଲକରୁ ୩୫ଜଣ, ରେମୁଣା ବ୍ଲକରୁ ୪୬ଜଣ, ବାହାନଗା ବ୍ଲକରୁ ୧୧ଜଣ, ଖଇରା ବ୍ଲକରୁ ୦୩ଜଣ, ଔପଦା ବ୍ଲକରୁ ୪ଜଣ, ଜଳେଶ୍ୱର ବ୍ଲକରୁ ୨ଜଣ, ସୋର ବ୍ଲକରୁ ୮ଜଣ, ଭୋଗରାଇ ବ୍ଲକରୁ ୭୦ଜଣ, ବସ୍ତା ବ୍ଲକରୁ ୪୧ଜଣ, ସିମୁଳିଆ ବ୍ଲକରୁ ୩ଜଣ, ନୀଳଗିରି ବ୍ଲକରୁ ୫ଜଣ ଓ ବାଲିଆପାଳ ବ୍ଲକରୁ ୩୦ଜଣଙ୍କୁ ନୂଆ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତେ ସ୍ଥାନୀୟ ସଂକ୍ରମିତ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାଲେଶ୍ୱର ପୌରାଞ୍ଚଳର ନୂଆବଜାରରୁ ୫ଜଣ, ବାଲିଆପାଳ ବ୍ଲକର ପାଇକପଡ଼ାରୁ ୩୫ ଜଣ, ଭୋଗରାଇ ବ୍ଲକର ଦୂରପାଳରୁ ୩୮ଜଣ, କମର୍ଦ୍ଦରୁ ୫ଜଣ ଓ ପୁରୁଷୋତ୍ତମପୁରରୁ ୫ଜଣ ଏବଂ ରେମୁଣା ରାଉତରାପୁରରୁ ୯ଜଣ ଏକକାଳୀନ ସଂକ୍ରମିତ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
COVID 19 status of Balasore district as on 12/05/21. #OdishaCares pic.twitter.com/r4EcWe9oDc
— DM Balasore (@DBalasore) May 12, 2021
ବାଲେଶ୍ୱର ଜିଲାରେ ଅଦ୍ୟାବଧି ୧୭,୩୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪,୬୭୧ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଏବେ ସୁଦ୍ଧା ସକ୍ରିୟ ଥିବା ୨,୫୭୩ ଜଣଙ୍କ ମଧ୍ୟରୁ ୨୨୩୨ଜଣ ଗୃହ ସଙ୍ଗରୋଧରେ ଏବଂ ୨୯୯ ଜଣ ଜିଲାର କୋଭିଡ ହସପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱର ଜିଲାରେ ୨ ଗୋଟି କୋଭିଡ ହସପିଟାଲର ୨୦୫ ଗୋଟି ଶଯ୍ୟା ମଧ୍ୟରୁ ୧୬୪ ଶଯ୍ୟାରେ ଅମ୍ଳଜାନ ବ୍ୟବସ୍ଥା ଥିବା ବେଳେ ୪୧ଟି ଆଇସିୟୁ ଓ ୩୬ଟିରେ ଭେଣ୍ଟିଲେଟର ସୁବିଧା ରହିଛି । ସେହିପରି ପ୍ରତିଷ୍ଠା ହୋଇଥିବା ୩ କୋଭିଡ କେୟାର ସେଣ୍ଟରର ମୋଟ ୩୨୦ ଶଯ୍ୟା ମଧ୍ୟରୁ ୮୦ଟିରେ ଅମ୍ଳଜାନ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ଆହୁରି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି । ତେବେବାଲେଶ୍ୱର ଜିଲ୍ଲାରେ ବଢ଼ି ଚାଲିଥିବା ସଂକ୍ରମିତଙ୍କ ସଂଖ୍ୟରୁ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଉଥିବା ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି ସଂକ୍ରମଣ ଆହୁରି ବଢିପାରେ ବୋଲି ସେମାନେ ମତ ଦେଇଛନ୍ତି । ଏଥିପାଇଁ ଜନସାଧାରଣ ସତର୍କତା ଅବଲମ୍ବନ ସହ ସର୍ବଦା ମାସ୍କ ବ୍ୟବହାର ଓ ସମାଜିକ ଦୂରତା ରକ୍ଷା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣରୁ ବର୍ତିବା ପାଇଁ ପ୍ରଶାସନ ପକ୍ଷରୁ ଜାରୀ ହୋଇଥିବା କୋଭିଡ କଟକଣା ସାଙ୍ଗକୁ ଲକଡାଉନ ଓ ସଟଡାଉନ ପ୍ରଭୃତି ନିୟମ ମାନିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।