ଚଳିତବର୍ଷ ମୌସୁମୀ ସମୟରେ ରାଜ୍ୟରେ ସ୍ୱାଭାବିକ ଠୁ ଅଧିକ ବର୍ଷା
ବୌଦ୍ଧ ଓ କନ୍ଧମାଳରେ ଅତ୍ୟଧିକ ବର୍ଷା ରେକର୍ଡ
ଭୁବନେଶ୍ୱର : ଚଳିତବର୍ଷ ମୌସୁମୀ ସମୟରେ ରାଜ୍ୟରେ ସ୍ୱାଭାବିକ ଠୁ ଅଧିକ ବର୍ଷା ହୋଇଛି। ବୌଦ୍ଧ ଓ କନ୍ଧମାଳରେ ଅତ୍ୟଧିକ ବର୍ଷା ହୋଇଛି । ମୌସୁମୀ ସମୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ ହୋଇଛି । ଜୁନ୍ ପହିଲାରୁ ଅଗଷ୍ଟ ୨୧ ମଧ୍ୟରେ ଏହି ପରିମାଣର ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ଭାବେ ୮୧୧.୯ ମି.ମି ରେକର୍ଡ ହେବାର ଥିଲା କିନ୍ତୁ ଏବେ ଆଉ ୧୫% ଅଧିକ ବର୍ଷା ହୋଇଛିି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଏହି ସମୟ ମଧ୍ୟରେ ବୌଦ୍ଧରେ ୬୨ % ଓ କନ୍ଧମାଳରେ ୭୩ % ସ୍ୱାଭାବିକ ଠୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡରେ ୪୦%, ଢେଙ୍କାନାଳରେ ୨୯%, ଜଗତସିଂହପୁରରେ ୨୧%, ନୟାଗଡରେ ୨୨%, ନୂଆପଡାରେ ୨୦%, କୋରାପୁଟରେ ୩୦%, ରାୟଗଡାରେ ୩୩% ଏବଂ ଗଜପତିରେ ୨୦% ବର୍ଷା ରେକର୍ଡ ହୋଇଛି । ବାକି ୨୦ ଜିଲାରେ ମଧ୍ୟ ଏହି ସମୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।