ଚଳିତବର୍ଷ ବଢିବ ଯୁକ୍ତ୨ ସିଟ୍

- ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଚଳିତବର୍ଷ ମହାମାରୀ କରୋନାକୁ ନଜରରେ ରଖି ପ୍ରଥମଥର ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ପାସ କରାଯାଇଛି । ଫଳରେ ମାଟ୍ରିକ ପାସହାର ବୃଦ୍ଧି ପାଇବା ପରେ ଯୁକ୍ତ୨ରେ ସିଟ୍ ସଂଖ୍ୟା କମ ଥିବାର ଦେଖା ଦେଇଛି । ଏହାକୁ ନଜରରେ ରଖି ଯୁକ୍ତ୨ ସିଟ୍ ସଂଖ୍ୟା ବଢିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି ।
ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ପାଇଁ ଅନୁମତି ଦିଆଯାଇଛି । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ମାଟ୍ରିକ ପାସ୍ କରିଛନ୍ତି ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ । ରାଜ୍ୟରେ ଯୁକ୍ତ ୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି । ସାମ୍ସରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।