ଧାମରା ନଦୀରେ ହେବ ୧୧୦ କୋଟି ଟଙ୍କାର ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ
- ବର୍ତମାନ ୬ ଘଂଟାର ଯାତ୍ରା ମାତ୍ର ୧ ଘଂଟାକୁ ହ୍ରାସ ପାଇବ
ନୂଆଦିଲ୍ଲୀ : ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର କାଣୀନାଳି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ପ୍ୟାକ୍ସ (ରୋଲ-ଅନ୍/ରୋଲ୍ ଅଫ ଯାତ୍ରୀବାହୀ) ଜେଟି ଏବଂ ଆନୁସଙ୍ଗିକ ଭିତିଭୂମି ନିର୍ମାଣ କରାଯିବ । ଏଥିପାଇଁ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୫୦.୩୦ କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରଶାସନିକ ଅନୁମୋଦନ ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୫୦ ପ୍ରତିଶତ ଅର୍ଥ ଓଡ଼ିଶା ସରକାର ଖର୍ଚ୍ଚ କରିବେ । ଏହି ପ୍ରକଳ୍ପ ପାଇଁ ମୋଟ ୧୧୦.୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । କାଣୀନାଳି ଏବଂ ତାଳଚୁଆ ଠାରେ ଆରଓ-ପ୍ୟାକ୍ସ ପୋତାଶ୍ରୟ, ପାର୍କିଂ ଅଞ୍ଚଳ ବିକାଶ, ନୌବହନ ସହାୟତା ଓ ଖନନ ଭଳି ଉପଯୋଗିତା ଭିତିଭୂମି ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ ।
ଏହି ଜଳ ମାର୍ଗ ହେବା ଫଳରେ ପୂର୍ବରୁ ଯେଉଁ ଦୂରତା ଅତିକ୍ରମ କରିବା ଲାଗି ୬ ଘଂଟା ଲାଗୁଥିଲା ତାହା ମାତ୍ର ୧ ଘଂଟାରେ ଅତିକ୍ରମ କରିହେବ । ବର୍ତମାନର ଘାଟରେ ସବୁଦିନିଆ ଆରଓ-ପ୍ୟାକ୍ସ ଜେଟି ନିର୍ମାଣ କରାଯିବା ଫଳରେ ନୌକା, ଲଂଚ ଓ ଅନ୍ୟ ଡଙ୍ଗା ଯାତାୟାତ ପାଇଁ ସୁବିଧା ହେବ । ସେହିପରି ଏକ ସମୟରେ ଦଶଟି ହାଲକା ମୋଟର ଯାନ, ୨୦ଟି ଦୁଇ ଚକିଆ ଓ ୬୦ ଜଣ ଯାତ୍ରୀଙ୍କୁ ପରିବହନ କରିପାରୁଥିବା ବଡ଼ ଯାନ୍ତ୍ରିକ ପୋତ ଚଳାଚଳ ପାଇଁ ଭିତିଭୂମି ନିର୍ମିତ ହୋଇପାରିବ । ଏଥିରେ ଯାତ୍ରୀ ଓ ବାହନର ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ । ଏହି ପ୍ରକଳ୍ପ ଧାମରା ନଦୀ ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କୁ ପରୋକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ଏବଂ ତାଳଚୁଆରୁ ଧାମରା ପର୍ଯ୍ୟନ୍ତ ୨୦୦ କିମି ରାସ୍ତାର ଦୂରତାକୁ ହ୍ରାସ କରିବ ।
ଭଦ୍ରକ ଜିଲ୍ଲାର କାଣୀନାଳି ଓ କେନ୍ଦ୍ରାପଡ଼ାର ତାଳଚୁଆ ଯଥାକ୍ରମେ ଧାମରା ବନ୍ଦରର ଉତର ଏବଂ ଦକ୍ଷିଣ ତଟରେ ଅବସ୍ଥିତ । ତାଳଚୁଆ ଏବଂ ଏହାର ଆଖପାଖ ଗ୍ରାମର ଲୋକମାନେ ସେମାନଙ୍କର ଜୀବିକା ପାଇଁ ଧାମରା ବନ୍ଦର ଉପରେ ନିର୍ଭର କରିଥାନ୍ତି, ଯାହାକି କାଣିନାଳୀ ଘାଟ ଠାରୁ ୪ କିମି ଦୂରରେ ଅବସ୍ଥିତ । ସଡ଼କ ପଥରେ କୌଣସି ଯୋଗାଯୋଗ ବ୍ୟବସ୍ଥା ନଥିବା କାରଣରୁ ଲୋକମାନଙ୍କୁ କାଣୀନାଳି ଏବଂ ତାଳଚୁଆ ଘାଟରୁ ନଦୀରେ ପାଖାପାଖି ସାତ କିମି ରାସ୍ତା ଡଙ୍ଗାରେ ବସି ପାର ହେବାକୁ ପଡ଼ିଥାଏ । ବର୍ତମାନ ଯାତ୍ରୀମାନେ ଘରୋଇ ଡଙ୍ଗାରେ ଅସୁରକ୍ଷିତ ଭାବେ ଯାତ୍ରା କରୁଛନ୍ତି । ଦୈନିକ ଲଂଚରେ ଗାଡ଼ି ନେଇ ଚଢ଼ିବା ଓ ଓହ୍ଲାଇବା ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅତ୍ୟାଧୁନିକ ଉପଯୋଗ ଭିତ୍ତିଭୂମି ସହିତ ଏହି ପ୍ରକଳ୍ପ ଯାତ୍ରୀ ଓ ବାହନଗୁଡ଼ିକ ସୁରକ୍ଷାକୁ ବୃଦ୍ଧି କରିବ । ଏହି ଯୋଗାଯୋଗ ବ୍ୟବସ୍ଥା ଫଳରେ ବାଣିଜ୍ୟିକ ଓ ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ଏହା ଆଖପାଖ ଅଂଚଳରେ ସାମାଜିକ-ଆର୍ôଥକ ସ୍ଥିତିରେ ସୁଧାର ଆଣିବାରେ ସହାୟକ ହେବ ।