ରେଳବାଇକୁ ଘରୋଇକରଣ କରିବାର କୌଣସି ପ୍ରସ୍ତାବ ନାହିଁ : ରେଳମନ୍ତ୍ରୀ

ନୂଆଦିଲ୍ଲୀ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ କହିଛନ୍ତି ଯେ ଭାରତୀୟ ରେଳକୁ ଘରୋଇକରଣ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ସେ କହିଛନ୍ତି ଯେ, ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମାଧ୍ୟମରେ ଟ୍ରେନ ସେବା କାର୍ଯ୍ୟ କରିବା ବର୍ତମାନର ଯାତ୍ରୀବାହୀ ଟ୍ରେନ୍ ସେବା ଉପରେ ପ୍ରଭାବ ପକାଇବ ନାହିଁ ଏବଂ ଏହି ସେବା ଗୁଡ଼ିକ ବର୍ତମାନର ଟ୍ରେନ୍ ସେବା ବ୍ୟତୀତ ହେବ ।
ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ପବ୍ଲିକ୍ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମାଧ୍ୟମରେ ୧୨ଟି କ୍ଲଷ୍ଟରରେ ୧୫୧ଟି ଟ୍ରେନ୍ (ରେକ୍) ସାମିଲ କରିବାକୁ ପାଇଁ ଭାରତୀୟ ରେଳବାଇ ବ୍ୟକ୍ତିଗତ ଅଂଶଗ୍ରହଣ ପାଇଁ ଟେଣ୍ଡର ଆହ୍ୱାନ କରିଛି । ସେ କହିଛନ୍ତି ଯେ, ୨୩ ଜୁଲାଇ ୨୦୨୦ରେ ପିପିପି ପ୍ରକଳ୍ପ ପାଇଁ ସମସ୍ତ ୧୨ଟି କ୍ଲଷ୍ଟର ପାଇଁ ଆର୍ଥିକ ବିଡ଼୍ ଖୋଲାଯାଇଛି । ବିଡ଼ର ଆର୍ଥିକ ମୂଲ୍ୟାଙ୍କନ କରାଯାଉଛି । ବିଡ଼ିଂ ପ୍ରକ୍ରିୟା ମାଧ୍ୟମରେ ମନୋନୀତ ହୋଇଥିବା ରିହାତି ଚୁକ୍ତିନାମା ଅନୁଯାୟୀ ନିଯୁକ୍ତି ତାରିଖଠାରୁ ୯୩୦ ଦିନ ମଧ୍ୟରେ ଟ୍ରେନରେ ପ୍ରୋଟୋଟାଇପ କାର୍ଯ୍ୟକ୍ଷମ ହେବା ଉଚିତ । ଅନ୍ୟ ଏକ ପ୍ରଶ୍ନର ଉତରରେ ଭାରତୀୟ ରେଳବାଇ ଏହାର କୌଣସି ମୂଳ କାର୍ଯ୍ୟକାପକୁ ଘରୋଇ ଉଦ୍ୟୋଗକୁ ସମ୍ପୂର୍ଣ୍ଣ ରୂପେ ହସ୍ତାନ୍ତର କରିନାହିଁ । ସେ କହିଛନ୍ତି ଯେ, କ୍ଷମତା ହ୍ରାସ ହେତୁ ୨୦୧୯-୨୦ ଅପେକ୍ଷା ତାଲିକା ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୫ କୋଟି ହ୍ରାସ ପାଇଛି । ଏହି ଅଭାବକୁ ପୂରଣ କରିବା ପାଇଁ ଭାରତୀୟ ରେଳବାଇ ପୂର୍ବରୁ ବନ୍ଦେ ଭାରତ, ତେଜସ, ଏଲଏଚବି ଏବଂ ବିଷ୍ଟାଡୋମ ଇତ୍ୟାଦି ଟ୍ରେନର କୋଚ ଉତ୍ପାଦନ ବୃଦ୍ଧି କରିସାରିଛି ।