ବିଶ୍ବକର୍ମା ପୂଜାରେ ପଡି଼ଛି ଦୁର୍ଲଭ ସଂଯୋଗ, ଏହି ୬ଟି ରାଶି ଲୋକଙ୍କୁ ପ୍ରାପ୍ତି ହେବ ଧନ ସମ୍ପତ୍ତି

ଆଜି ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅର୍ଥାତ ଆଜି ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ। ବିଶ୍ୱାସ କରାଯାଏ ଯେ ଏହି ପୃଥିବୀରେ ଯାହା କିଛି ବି ଅଛି ତାହା ଭଗବାନ ବିଶ୍ୱକର୍ମାଙ୍କ ସୃଷ୍ଟି। ଶାସ୍ତ୍ର ଅନୁଯାୟୀ ଭଗବାନ ବ୍ରହ୍ମା ସମସ୍ତ ସୃଷ୍ଟିକୁ ରଚନା କରିଛନ୍ତି ଏବଂ ଭଗବାନ ବିଶ୍ୱକର୍ମା ବ୍ରହ୍ମାଣ୍ଡକୁ ସୁନ୍ଦର ଭାବରେ ସଜାଇଛନ୍ତି। ଭଗବାନ ବିଶ୍ୱକର୍ମାଙ୍କୁ ଏହି ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ଇଞ୍ଜିନିୟର ଭାବରେ ପରିଗଣିତ କରାଯାଏ।
କୁହାଯାଏ ଭଗବାନ ବିଶ୍ୱକର୍ମା ବାସ୍ତୁର ସନ୍ତାନ ଏବଂ ବାସ୍ତୁର ଜନକ ହେଲେ ଭଗବାନ ବ୍ରହ୍ମା। ଏହି କାରଣରୁ ଭଗବାନ ବିଶ୍ୱକର୍ମାଙ୍କୁ ବାସ୍ତୁଶାସ୍ତ୍ରୀଙ୍କ ପିତା ଭାବରେ ବିବେଚନା କରାଯାଏ। ମହାଭାରତ ସମୟରେ ଭଗବାନ ବିଶ୍ୱକର୍ମା ରାବଣର ଲଙ୍କା, ଦେବଲୋକ, ଭଗବାନ କୃଷ୍ଣଙ୍କ ଦ୍ୱାରକା ଏବଂ ଇନ୍ଦ୍ରପ୍ରସ୍ଥ ନିର୍ମାଣ କରିଥିଲେ। ବିଶେଷକରି ବିଶ୍ୱକର୍ମା ଜୟନ୍ତୀ ଉପରେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଏବଂ ଉପକରଣଗୁଡ଼ିକୁ ପୂଜା କରିବାର ନିୟମ ରହିଛି। ଏହି ଦିନ ପୂଜା ପରେ ସମସ୍ତ ନିର୍ମାଣ ଅନୁଷ୍ଠାନ ବନ୍ଦ ରଖାଯାଇଥାଏ।
ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କ ସପ୍ତମ ପୁତ୍ର ବିଶ୍ୱକର୍ମାଙ୍କ ଜନ୍ମଦିନକୁ ବିଶ୍ୱକର୍ମା ପୂଜା ଭାବେ ପାଳନ କରାଯାଏ । ତେବେ, ଚଳିତ ବର୍ଷ ପୂଜାରେ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି । ରବିବାର ସକାଳ ପ୍ରାୟ ୭ଟା ୩୫ ମିନିଟ୍ ସମୟରେ ମୀନ ରାଶିକୁ ସୂର୍ଯ୍ୟ ଓ ବୁଧ ଗ୍ରହ ଚଳନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦୁଇ ଗ୍ରହଙ୍କ ଗୋଟିଏ ଦିନରେ ଗୋଟିଏ ରାଶିକୁ ଚଳନ କରିବା କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଆଉ କିଛି ରାଶି ଉପରେ ପ୍ରଭାବ ପକାଇବ । ମୀନ ରାଶିକୁ ଦୁଇ ଗ୍ରହଙ୍କ ଚଳନ କିଛି ରାଶିକୁ ମାଲେମାଲ୍ କରିଦେବ । ତେବେ, ଆସନ୍ତୁ ସେହି ରାଶି ଗୁଡି଼କ ବିଷୟରେ ଜାଣିବା …
ମେଷ : ବୁଧ ଓ ସୂର୍ଯ୍ୟଦେବଙ୍କ କୃପା ଆପଣଙ୍କ ଉପରେ ରହିବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ବୈବାହିକ ଜୀବନ ସୁଖମୟ ହେବ। ଆୟ ବଢିବା ସହ ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । ଖାସ୍ କରି ଆପଣ ଏହି ସମୟରେ ନୂଆକରି ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ଏହି ଦୁର୍ଲଭ ସଂଯୋଗରେ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ।
କର୍କଟ: ବିଶ୍ବକର୍ମା ପୂଜା ଠାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଖାସ୍ କରି ଆପଣଙ୍କ ଦିର୍ଘ ଦିନର ମନୋବାଞ୍ଝା ପୂରଣ ହେବ। ବିଶ୍ବକର୍ମା ,ବୁଧ ଓ ସୂର୍ଯ୍ୟଦେବଙ୍କ ଆର୍ଶିବାଦ ଆପଣଙ୍କ ଉପରେ ରହିବ । ଫଳରେ ଆପଣଙ୍କ ଠାରେ ଆତ୍ମବିଶ୍ବାସ ବଢିବ। ଆପଣଙ୍କ ଠାରେ ସକରାତ୍ମକ ଭାବନା ଜାଗ୍ରତ ହେବ । ଖାସ୍ କରି, ମନ ଖୁସି ରହିବ। ଆୟ ବଢିବ। କ୍ୟାରିୟରରେ ସଫଳତା ପାଇବେ। ନୂଆ ବ୍ୟବସାୟ ଆପଣ ଆରମ୍ଭ କରିବାକୁ ସଫଳ ହେବେ।
ସିଂହ : ମୀନ ରାଶିରେ ସୂର୍ଯ୍ୟ ଓ ବୁଦ୍ଧ ଗ୍ରହ ଚଳନ କରିବେ ଏହି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ବ୍ୟବସାୟ କରୁଥିବା ଲୋକମାନେ ଏହି ସମୟରେ ଏକ ନୂଆ ଡିଲ୍ ଫାଇନାଲ କରିପାରିବେ। ବ୍ୟବସାୟ ବଢିବ। ଏହି ସମୟରେ ଆପଣ ନୂଆ ଗାଡି ଓ ଘର ମଧ୍ୟ କ୍ରୟ କରିପାରିବେ। ସ୍ବାସ୍ଥ୍ୟ ଭଲ ରହିବ। ବୈବାହିକ ଜୀବନ ସୁଖରେ ଭରିଯିବ।
କନ୍ୟା : ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ କୋର୍ଟ କଚେରୀ ଜନିତ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ । ଆୟ ବୃଦ୍ଧି ହେବା ସହ ବ୍ୟବସାୟରେ ସଫଳତା ମଧ୍ୟ ମିଳିବ । ରାଜନିତୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ । କେବଳ ଏତିକି ନୁହେଁ, ଏହି ସମୟରେ ଆପଣ ଏହି କ୍ଷେତ୍ରରେ ଅନେକ ସହଯୋଗ ପାଇବେ । ଜୀବନ ସାଥୀଙ୍କ ସମର୍ଥନ ପାଇବେ।
ବିଛା: ମୀନ ରାଶିରେ ବୁଧ ଏବଂ ସୂର୍ଯ୍ୟଙ୍କ ଗମନ ହେତୁ ଏହି ବିଛା ରାଶିର ଲୋକେ ଶୁଭଫଳ ପାଇବେ। ଏହି ସମୟରେ ଆଶାୟୀମାନେ ନୂଆ ଚାକିରିର ଅଫର ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନରେ ସୁଖମୟ ହେବ । କାର୍ଯ୍ୟାଳୟରେ ସହକର୍ମୀଙ୍କ ଠାରୁ ସହାୟତା ପାଇପାରିବେ। ଆପଣ ମଧ୍ୟ କାର୍ଯ୍ୟର ପ୍ରଶଂସା ମଧ୍ୟ ଉଚ୍ଚ ଅଧିକାରୀ କରିବେ।
ଧନୁ ରାଶି: ଏହି ରାଶିର ଲୋକଙ୍କ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ଆସିବ । ବ୍ୟବସାୟରେ ବହୁଗୁଣ ଲାଭ ପାଇବେ। କାର୍ଯ୍ୟାଳୟରେ ପଦୋନ୍ନତି ପାଇବେ। ଆପଣଙ୍କର ଆୟ ବୃଦ୍ଧି ପାଇବ ଓ ଆପଣ କିଛି ନୂତନ କ୍ଷେତ୍ରରେ ବିନିଯୋଗ କରିବାର କଳ୍ପନା କରିବେ । ଏକ ନୂତନ ଯାନ କିଣିବା ପାଇଁ ଆପଣଙ୍କର ଇଚ୍ଛା ପୂରଣ ହୋଇପାରେ ।