କରୋନା ପାଇଁ ୩୦ରୁ ୪୦ ଦିନ ଯାଏଁ ସତର୍କ ରହିବାର ଆବଶ୍ୟକତା ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : କରୋନାକୁ ନେଇ ଆମକୁ ଆଗାମୀ ୩୦ ରୁ ୪୦ ଦିନ ଯାଏଁ ଆମକୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଏନେଇ ସମସ୍ତଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ, ବର୍ତମାନ ରାଜ୍ୟରେ ସଂକ୍ରମଣ ୧୦ ଭିତରେ ରହିଛି । ଯେଉଁ ସ୍ଥାନରେ ହକି ଖେଳ ହେବ ସେଠାରେ ଅଧିକ ଟେଷ୍ଟିଙ୍ଗ କରାଯିବ । ଷ୍ଟାଡିୟମ ମଧ୍ୟରେ ମଧ୍ୟ ଟେଷ୍ଟିଙ୍ଗ ବ୍ୟବସ୍ଥା କରାଯିବ । ଯଦି ଅନ୍ୟ ରାଜ୍ୟରେ ବଢେ କିଛି ଦିନ ପରେ ଆମ ରାଜ୍ୟରେ ମଧ୍ୟ ବଢ଼ିବ । ତେଣୁ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି । ଯଦି ପାଖ ରାଜ୍ୟରେ ବଢେ ତେବେ ଆମ ରାଜ୍ୟରେ ମଧ୍ୟ ବଢିବ ।
ସେହିପରି ଏକ୍ସବିବି ୧.୫ ନୂଆ ଭାରିଏଂଟ ଦେଶରେ ଚିହ୍ନଟ ହୋଇଛି । ରୂପ ବଦଳାଇବା ହେଉଛି କରୋନାର ଚରିତ୍ର । ବର୍ତମାନ ପର୍ଯ୍ୟନ୍ତ ବହୁତ ଥର କୋରନା ରୂପ ବଦଳାଇଲାଣି । କିନ୍ତୁ ଏହାର ଲକ୍ଷଣ ଓ ଭୟାବହତା କେତେ ହେବେ ଜଣାପଡି ନାହିଁ । ସେ ନେଇ ପରୀକ୍ଷା ଚାଲିଛି । କେନ୍ଦ୍ର ସରକାରଙ୍କ ତରଫରୁ ଟିକା କରଣ ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ । ରାଜ୍ୟରେ ଟୀକା କରଣ ପାଇଁ ସବୁ ବ୍ୟବସ୍ଥା ଅଛି । କେନ୍ଦ୍ରରୁ ନିର୍ଦ୍ଦେଶ ଆସିଲା ପରେ ଟୀକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି ।