ପେଟରେ ହେଉଥିବା ଯନ୍ତ୍ରଣାର ୫ଟି କାରଣ
କେବେ କେମିତି ଖାଇବା ବା ଗ୍ୟାସ୍ କାରଣରୁ ପେଟରେ ଯନ୍ତ୍ରଣା ହେବା ସ୍ୱାଭାବିକ କଥା । କିନ୍ତୁ ବିନା କାରଣରୁ ପେଟର କୌଣସି ବିଶେଷ ଭାଗରେ ଯଦି ଯନ୍ତ୍ରଣା ହେଉଥାଏ । ତେବେ ଏହା କୌଣସି ବେମାରୀ ଆଡ଼କୁ ଗତି କରୁଥିବାର ସମ୍ଭାବନା ଅଧିକ । ଜାଣନ୍ତୁ ପେଟରେ ଅଲଗା ଅଲଗା ଭାଗର ହେଉଥିବା ଯନ୍ତ୍ରଣାର କାରଣ କଣ ହୋଇପାରେ ।
୧) ବାମ ପାଶ୍ୱର୍ରେ : ଯଦି ଆପଣଙ୍କ ପେଟର ବାମ ପାଶ୍ୱର୍ରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଆପଣ ସତର୍କ ହୋଇଯାଆନ୍ତୁ । ଏହା କିଡ଼୍ନୀ ସମ୍ବନ୍ଧିତ ରୋଗ ବା କିଡ଼୍ନୀ ଷ୍ଟୋନ୍ ହେବାର କାରଣ ହୋଇପାରେ । ଏହି ସ୍ଥିତିରେ ଅଧିକ ପାଣି ପିଅନ୍ତୁ ଓ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୨) ଡାହାଣ ପାଶ୍ୱର୍ରେ : ପେଟର ଡାହାଣ ପାଶ୍ୱର୍ରେ ଯଦି ଯନ୍ତ୍ରଣା ସବୁବେଳେ ହେଉଥାଏ, ତେବେ ଏହା ଆପଣଙ୍କୁ ସମସ୍ୟାରେ ପକାଉଥିବ । ଡାହାଣପାଶ୍ୱର୍ର ଯନ୍ତ୍ରଣା ଅନେକ ସମସ୍ୟା ଥିବାର ଦର୍ଶାଇଥାଏ । ଏହା ବିଶେଷ କରି ଆପେଣ୍ଡିସାଇଟିସ୍ର କାରଣରୁ ହୋଇପାରେ । ଏହା ବ୍ୟତୀତ ମହିଳାମାନଙ୍କର ତଳ ପାଶ୍ୱର୍ରେ ଯଦି ଏହି ଯନ୍ତ୍ରଣା ହେଉଥାଏ ତେବେ ଏହା ଗର୍ଭାଶୟର ସମସ୍ୟା ମଧ୍ୟ ହୋଇପାରେ ।
୩) ମଧ୍ୟ ଭାଗରେ : ପେଟର ମଧ୍ୟ ଭାଗରେ ହେଉଥିବା ଯନ୍ତ୍ରଣା ଅଲ୍ସର୍ ଆଡ଼କୁ ଗତି କରୁଥିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଗ୍ୟାସ୍ ଓ ଅମ୍ଳର କାରଣରୁ ମଧ୍ୟ ଏହିଯନ୍ତ୍ରଣା ହୋଇଥାଇପାରେ । ଏପରି ସ୍ଥଳେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରିବା ଉଚିତ୍ ।
୪) ଉପର ପାଶ୍ୱର୍ରେ : ପେଟର ମଧ୍ୟ ଭାଗରେ ଓ ଠିକ୍ ଛାତିର ତଳକୁ ହେଉଥିବା ଯନ୍ତ୍ରଣା, ବିଶେଷକରି ଏସିଡ଼ିଟି କାରଣରୁ ହୋଇଥାଏ । ଏହି ସ୍ଥିତିରେ ତୁରନ୍ତ ଔଷଧ ଖାଇବା ପରିବର୍ତେ ଏକ ଗ୍ଲାସ୍ ଥଣ୍ଡା କ୍ଷୀର ପିଅନ୍ତୁ ବା ଏକ ଛୋଟଖଣ୍ଡ ଅଦା ମୁହଁରେ ରଖି ତା ରସକୁ ଖାଆନ୍ତୁ । ଏହା ପରେ ଯଦି ଯନ୍ତ୍ରଣା କମ୍ ନହୁଏ ତେବେ ଡାକ୍ତରଙ୍କ ସହ ପରାମର୍ଶନିଅନ୍ତୁ ।
୫) ତଳ ପାଶ୍ୱର୍ରେ : ପେଟର ତଳ ପାଶ୍ୱର୍ରେ ହେଉଥିବା ଯନ୍ତ୍ରଣା ମୂତ୍ରାଶୟ ସମ୍ବନ୍ଧୀୟ ହୋଇଥାଇପାରେ । ଏହା ବ୍ୟତୀତ ଏହା ମୂତ୍ରନଳୀରେ ସଂକ୍ରମଣ ବା ସିଷ୍ଟର କାରଣରୁ ମଧ୍ୟ ହେଉଥିବାର ସମ୍ଭାବନା ରହିଛି । ମହିଳାମାନଙ୍କର ମାସିକ ଧର୍ମ ସମୟରେ ମଧ୍ୟ ପେଟର ତଳ ପାଶ୍ୱର୍ରେ ଯନ୍ତ୍ରଣା ହୁଏ ।