ଆସୁଛି ବାତ୍ୟା ‘ସୁରିଗେ’ !
ଫିଲିପାଇନ୍ସ : ଫିଲିଫାଇନ୍ସ ଉପକୂଳକୁ ଏକ ବଡ ବାତ୍ୟା ମୁହାଁଇଛି । ଭୟଙ୍କର ପରିସ୍ଥିତି ସହ ତାଣ୍ଡବ ରଚିପାରେ ବୋଲି ଅନୁମାନ କରାଯାଉଛି । ଏହାକୁ ୨୦୨୧ର ପ୍ରଥମ ବାତ୍ୟା ବୋଲି କୁହାଯାଉଛି । ଏହାସହ ଲୋକଙ୍କୁ ସତର୍କ ରହିବା ପାଇଁ ଦେଶର ପାଣିପାଗ ବିଭାଗ କହିଛି ।
Latest imagery from #TyphoonSuirgae #Surigae, a very powerful category 4 #Typhoon and still rapidly intensifying. Expected to pass close to the Phillipines at or near peak intensity, although we are still slightly unsure of its track. pic.twitter.com/mdGSzlCcgu
— CycloneTracking OZ (@realCTOZ) April 16, 2021
ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ବାତ୍ୟା ‘ସୁରିଗେ’ ଫିଲିପାଇନ୍ସ ସାଗରରେ ସୃଷ୍ଟି ହୋଇ ଧିରେଧିରେ ବାଇକଲ୍ ଅଞ୍ଚଳ ଆଡକୁ ମୁହାଇଁଛି । ତେବେ ଏହା ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା କମ୍ ରହିଛି । ତେବେ ଏହା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ବୋହିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସରକାର ୫ ନମ୍ବର ବିପଦ ସଙ୍କେତ ଜାରି କରିଛନ୍ତି । ଏହା ପ୍ରଭାବରେ ୨୧୫ କିମି ବେଗରେ ପବନ ବହିପାରେ । ଯାହା କ୍ରମଶଋ ଘଣ୍ଟା ପ୍ରତି ୨୬୫ କିମିରେ ପହଁଚିବାର ଆଶଙ୍କା କରାଯାଉଛି । ଆମେରିକାର ବିଶେଷଜ୍ଞମାନେ ସୁରିଗେକୁ ଭୟଙ୍କର ବାତ୍ୟା ବୋଲି କହିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ୧୬୫ କିମିରୁ ୨୦୦ କିମି ବେଗରେ ପବନ ବହିବ ବୋଲି ଅନୁମାନ ଲଗାଇଛନ୍ତି । ଓ୍ୱେଦର ଚ୍ୟାନେଲର ରିପୋର୍ଟ ଅନୁସାରେ, ସୁରିଗେର କେନ୍ଦ୍ରୀୟ ଚାପ ବା ସେଣ୍ଟ୍ରାଲ୍ ପ୍ରେସର ୮୮୮ ଏମବିରୁ ୮୯୫ ଏମବି ମଧ୍ୟରେ ରହିଛି । ଫଳରେ ୧୯୦ କିମିରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଯାହା ଗତ କିଛି ବର୍ଷ ମଧ୍ୟରେ ଆସିଥିବା ବାତ୍ୟାଠୁ ଭୟଙ୍କର । ସୂଚନା ଯେ, ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ରହିଛି । ଫଳରେ ଅଧିକାଂଶ ସମୟରେ ବାତ୍ୟାର ବିପଦ ରହିଥାଏ । ୨୦୨୦ରେଦେଶରେ ସୁପର୍ ଟାଇଫୁନ୍ ଗୋନି ମାଡ ହୋଇଥିଲେ । ଏତତ୍ ବ୍ୟତୀତ ଭିଏତନାମ ଓ କମ୍ବୋଡିଆରେ ଅକ୍ଟୋବର- ନଭେମ୍ବର ମାସରେ ଅନେକ ବାତ୍ୟା ଆସିଥାଏ ।