କେଟିଏମ ୩୯୦ ଡ୍ୟୁକ୍ ପାଇଁ ଅପେକ୍ଷାର ଅନ୍ତ ! ବାଇକ୍ ଲଭର୍ସଙ୍କ ଦିଲ୍ ଧକଧକ୍, ଜାଣନ୍ତୁ ସ୍ପେସିଫିକେସନ୍ସ

ମୁମ୍ବାଇ : ପ୍ରସିଦ୍ଧ ବାଇକ୍ ନିର୍ମାଣକାରୀ କମ୍ପାନି କେଟିଏମ ନିକଟରେ ଏହାର ନୂତନ ୩୯୦ ଡ୍ୟୁକ୍ ବାଇକ୍ ଲଞ୍ଚ୍ କରିଛି । ଲଞ୍ଚ୍ ଦିନରୁ ଏହାର ଲୁକ୍ ବାଇକ ଲଭର୍ସଙ୍କ ମନକୁ ଛୁଇଁଛି । ମାର୍କେଟରେ ବାଇକ ଦୁଇଟି ରଙ୍ଗରେ ଉପଲବ୍ଧ ହେବାକୁ ଯାଉଛି । ରଙ୍ଗ ବିକଳ୍ପ ସହିତ ଷ୍ଟାଇଲିସ ବାଇକର ମୂଲ୍ୟ ୨.୯୬ ଲକ୍ଷ ଟଙ୍କା ରଖାଯାଇଛି । ଦୀର୍ଘଦିନ ଧରି ବାଇକର୍ସ ଏହି ବାଇକର ସ୍ପେସିଫିକେସନ୍ସ ଜାଣିବା ପାଇଁ ସର୍ଚ୍ଚିଂ ଜାରି ରଖିଥିଲେ । କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଏହି ବାଇକ୍ କେଟିଏମର ନୂତନ ଡ୍ୟୁକ୍ ଡିଲରସିପ୍ ରେ ପହଞ୍ଚିବା ଆରମ୍ଭ କରିଛି । ତେଣୁ ରାସ୍ତାକୁ ଆସିବାକୁ ଆଉ ବେଶୀ ବିଳମ୍ବ ହେବା ନାହି ବୋଲି ଅନୁମାନ କରୁଛନ୍ତି ବାଇକର୍ସ । ବାଇକ୍ ଲଭର୍ସଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ବାଇକରେ ରହିଛି ୩୭୩ସିସି ଇଞ୍ଜିନ୍ :
ନୂଆ କେଟିଏମ ୩୯୦ ଡ୍ୟୁକର ସବୁଠାରୁ ଆକରର୍ଷଣୀୟ ଫିଚର ମଧ୍ୟରେ ରହିଛି ଏହାର ପାୱାରଫୁଲ ଇଞ୍ଜିନ । ପାୱାର ଟ୍ରେନରେ ଫ୍ୟୁଲ-ଇଞ୍ଜେକଟେଡ ସିଙ୍ଗଲ୍ ସିଲିଣ୍ଡର ୩୭୩ସିସି ଇଞ୍ଜିନ୍ ରହିଛି । ୯,୦୦୦ଆରପିଏମରେ ୪୩ ବିଏଚପି ଏବଂ ୭ଆରପିଏମରେ ୩୭ ଏନଏମର ପିକ୍ ଷ୍ଟାର୍ଟ ଜେନେରେଟ କରିପାରିବ । ଏହା ସ୍ଲିପର୍ କ୍ଲଚ ସହିତ ୬-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ମାଧ୍ୟମରେ ପଛ ଚକ ସହିତ ସଂଯୁକ୍ତ ରହିଛି । ଏହାବ୍ୟତୀତ ଏହି ବାଇକରେ ୪୦ ପ୍ରତିଶତ ବଡ଼ ଏୟାରବକ୍ସ ମଧ୍ୟ ରହିଛି ।
ବାଇକର ସାର୍ପ ଲୁକ୍ ଓ ଡିଜାଇନ କରୁଛି ଦିବାନା :
ଲୁକ୍ ଦୃଷ୍ଟିରୁ, କେଟିଏମ ୩୯୦ ଡ୍ୟୁକ୍ କୁ ସାର୍ପ ଡିଜାଇନ୍ ଦିଆଯାଇଛି । ଉତ୍ତମ ଡିଜାଇନ୍ ପାଇଁ, ଏହାକୁ ଟ୍ୱିନ୍ ପ୍ରୋଜେକ୍ଟର୍ ହେଡଲାଇଟ୍ ସହିତ ଏକ ବୋଲ୍ଡ ଡୁଆଲ୍-ଟୋନ୍ ଫିନିସରେ ରଖାଯାଇଛି । ଏହି ପେଣ୍ଟ୍ ସ୍କିମ୍ ବାଇକ୍ କୁ ଏହାର ମୂଳ ମଡେଲ୍ ଅପେକ୍ଷା ସାର୍ପ ବୋଲ୍ଡ ଲୁକ୍ ଦେଉଛି । ଇନ୍ଧନ ଟ୍ୟାଙ୍କ ସହିତ ଏକ ବିରାଟ କଳା ‘କେଟିଏମ’ ଡେକାଲ ରହିଛି ଯାହା ସମ୍ପୂର୍ଣ୍ଣ ବଡି ୱାର୍କରେ ଦୃଶ୍ୟମାନ ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେଟିଏମ ଆରସି ୩୯୦କୁ ଏହାର ପୁରୁଣା ମଡେଲ ଅପେକ୍ଷା ହାଲୁକା ଚ୍ୟାସିସ୍ ଦିଆଯାଇଛି । ବାଇକ୍ ଚାରିପାଖରେ ନୂଆ ଗ୍ରାଫିକ୍ସ ଦିଆଯାଇଛି ।
ବାଇକରେ ଫିଚର୍ସର ଲମ୍ବା ତାଲିକା :
ଫିଚର୍ସ ଦୃଷ୍ଟିରୁ ଦେଖିବାକୁ ଗଲେ, କେଟିଏମର ନୂତନ ୩୯୦ ଡ୍ୟୁକ ବ୍ଲୁଟୁଥ୍ ସପୋର୍ଟ କରୁଥିବା ଫୁଲ କଲର୍ଡ ଟିଫଟି କଲସୋଲ ଫ୍ୟାସିଲିଟି ରହିଛି । ଏହାସହିତ ଫୁଲ୍-ଏଲଇଡି ଲାଇଟିଂ, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍, ଏବିଏସ୍ କର୍ଣ୍ଣରିଂ, ୧୭-ଇଞ୍ଚ ଯୁକ୍ତ ହ୍ୟୁଲ୍ସ ଏବଂ ଷ୍ଟାଣ୍ଡାର୍ଡ ଭାବରେ ଏକ ସିଫ୍ଟର୍ ମିଳୁଛି । ଏହାବ୍ୟତୀତ, ହାର୍ଡୱେର୍ ପ୍ୟାକେଜ୍ ସହିତ ଡବ୍ଲୁପି ୟୁଏସଡ଼ି ଫୋର୍କ୍ସ ଏବଂ ମୋନୋଶକ୍ ଯୁକ୍ତ ରହିଛି ।
ବର୍ତ୍ତମାନ ବଜାରରେ ଉପଲବ୍ଧ ଥିବା କାୱାସାକି ଜେଡ୬୫୦ ଆରଏସ, ଟିଭିଏସ ଆପାଚେ ଆରଆର ୩୧୦, Husqvarna Svartpilen ୨୫୦, Husqvarna Vitpilen ୨୫୦, କେଟିଏମ ଆରସି ୧୨୫, ସୁଜୁକି ଜିକ୍ସର ଏସଏଫ ୨୫୦, ସୁଜୁକି ଜିକ୍ସର ୨୫୦ ଭଳି ମଡେଲ ଗୁଡ଼ିକ ସହିତ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରିବ କେଟିଏମ ୩୯୦ ଡ୍ୟୁକ୍ ବାଇକ । ଯାହା ଅନ୍ୟ ପ୍ରତିଦ୍ୱନ୍ଦୀ କମ୍ପାନି ଗୁଡ଼ିକ ପାଇଁ ଚିନ୍ତା ବଢ଼ାଇବ ନିଶ୍ଚୟ ।