ଆବଶ୍ୟକତା ଠାରୁ ଅଧିକ ଜିନିଷ ନକିଣିବାକୁ ଟୁଇନ୍ ସିଟି ଲୋକଙ୍କୁ ପୋଲିସ କମିଶନରଙ୍କ ପରାମର୍ଶ
ଭୁବନେଶ୍ୱର : ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଲକ୍ ଡାଉନ୍ ନିଷ୍ପତି ନେଇଛନ୍ତି । ଲକଡାଉନକୁ ନେଇ ଦ୍ୱୈତ ନଗରୀର ଜନସାଧାରଣ ବ୍ୟସ୍ତ ବିବ୍ରତ ହେବା ଆବଶ୍ୟକ ନାହିଁ । ଆବଶ୍ୟକତା ଠାରୁ ଅଧିକ ଜିନିଷ ନକିଣିବାକୁ ଟୁଇନ୍ ସିଟି ଲୋକଙ୍କୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅପିଲ କରିଛନ୍ତି ।
ଆଜି ଏବଂ କାଲି ମଧ୍ୟରେ ଜିନିଷ କିଣି ମହଜୁଦ ରଖିବାକୁ ବ୍ୟସ୍ତ ବିବ୍ରତ ହୁଅନ୍ତୁନି । ଲକ୍ ଡାଉନ୍ ବେଳେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବାର ବନ୍ଦୋବସ୍ତ ହୋଇଛି । ନିୟମ ଅନୁସାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । କୋଭିଡ୍ ନିୟମ ମାନି ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛନ୍ତି ସିପି । ସେ ଆହୁରି କହିଛନ୍ତି ଯେ ଲକ୍ ଡାଉନ୍ ସମୟରେ ଟିକାକରଣ ଓ ଟେଷ୍ଟିଂ ଲାଗି ପ୍ରତିବନ୍ଧକ ନାହିଁ । ଉଲ୍ଲେଖ୍ୟଯୋଗ୍ୟ ଯେ କରୋନା ସଂକ୍ରମଣ ଚେନ୍ ରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକାର ରାଜ୍ୟରେ ୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ମେ’ ୫ ତାରିଖ ସକାଳୁ ଲକ୍ ଡାଉନ୍ କଟକଣା ଆରମ୍ଭ ହେବ ଓ ଏହା ମେ’ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ବଳବତର ରହିବ । ସେହିପରି ସହରାଂଚଳରେ ସପ୍ତାହାନ୍ତ ସଟ୍ ଡାଉନ୍ ମଧ୍ୟ ଜାରି ରହିବ ।