ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା ପିକ୍ ଧରିବ କରୋନା, ଦୈନିକ ସଂକ୍ରମଣ ୩୦ ହଜାର
ଭୁବନେଶ୍ୱର: ଜାନୁଆରି ଶେଷ ଆଡ଼କୁ ଓଡ଼ିଶାରେ ପିକ୍ ଧରିବ କରୋନା ସଂକ୍ରମଣ । ଆଉ ସେତେବେଳକୁ ଦୈନିକ ୩୦ ହଜାର ସଂକ୍ରମିତ ଚିହ୍ନଟ ହେବେ । ଦୈନିକ ମୃତ୍ୟୁ ମଧ୍ୟ ୩୦ରୁ ୪୦ ପର୍ଯ୍ୟନ୍ତ ହୋଇପାରେ । ରାଜ୍ୟର କରୋନା ପରିସ୍ଥିତିକୁ ନେଇ ଏଭଳି ଆକଳନ କରିଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ।
ସେ କହିଛନ୍ତି ଯେ, ଡେଲ୍ଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ୍ ୪ ଗୁଣା ଅଧିକ ସଂକ୍ରମଣଶୀଳ । ତେଣୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାସହ ୬ ମାସ ପୂର୍ବରୁ ନିଆଯାଇଥିବା କୋଭିଡ୍ ଟିକାର କୌଣସି ପ୍ରଭାବ ରହିବ ନାହିଁ । ତେଣୁ ସମସ୍ତଙ୍କ ପାଇଁ ବୁଷ୍ଟର ଡୋଜ୍ ଆବଶ୍ୟକ ଅଛି । ସେହିଭଳି କରୋନା ଶୀଘ୍ର ପିକ୍ ନେବା ଭଳି ଶୀଘ୍ର ଖସିବ ବୋଲି ସେ କହିଛନ୍ତି । ଫଳରେ କମ୍ ଦିନର ଅବଧି ମଧ୍ୟରେ କରୋନା ପ୍ରଭାବ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ସୂଚନା ଯେ, ଜାନୁଆରି ୧ରେ ୨୯୮, ଜାନୁଆରି ୨ରେ ୪୨୪, ଜାନୁଆରି ୩ରେ ୪୨୪, ଜାନୁଆରି ୪ରେ ୬୮୦, ଜାନୁଆରି ୫ରେ ୧୨୧୬, ଜାନୁଆରି ୬ରେ ୧୮୯୭, ଜାନୁଆରି ୭ରେ ୨୭୦୩, ଜାନୁଆରି ୮ରେ ୩୬୭୯, ଜାନୁଆରି ୯ରେ ୪୭୧୪, ଜାନୁଆରି ୧୦ରେ ୪୮୨୯, ଜାନୁଆରି ୧୧ରେ ୭୦୭୧, ଜାନୁଆରି ୧୨ରେ ୮୭୭୮, ଜାନୁଆରି ୧୩ରେ ୧୦ହଜାର ୦୫୯ ଓ ଜାନୁଆରି ୧୪ରେ ୧୦ହଜାର ୨୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।