ପୋଲିସ ଡିଜିଙ୍କୁ ଅବସର ନେବା ପାଇଁ ମିଳିଲା ରାଜ୍ୟ ସରକାରଙ୍କ ଅନୁମତି

ଭୁବନେଶ୍ୱର : ଅବସର ନେବା ପାଇଁ ପୋଲିସ ଡିଜିଙ୍କୁ ରାଜ୍ୟ ସରକାରଙ୍କ ଅନୁମତି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କୁ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।
ଆସନ୍ତା ଡିସେମ୍ବର ୩୧ତାରିଖରେ ସୁନୀଲ ବଂଶଲ ଅବସର ନେବାକୁ ଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ହେଉଛନ୍ତି ସୁନୀଲ ବଂଶଲ । ସେ ମୟୂରଭଞ୍ଜ ଜିଲ୍ଲାର ଏସପି ମଧ୍ୟ ଥିଲେ । ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ତା’ ପରେ ଓଡିଶା ଫେରିବା ସହିତ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।