ଆଉ ୪ ଦିନ ବନ୍ଦ ରହିବ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟି-୧ ସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ପୁଣି ଏହାକୁ ସିଲ୍ କରିଛି ବିଏମସି । ଗୁରୁବାର ଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ୯୬ଘଣ୍ଟା ପାଇଁ ସିଲ୍ କଲା ବିଏମସି । ଏନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟାଳୟରୁ ଏକାଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତୁରନ୍ତ ୨ ଦିନ ପାଇଁ ବ୍ୟାଙ୍କକୁ ସିଲ୍ କରିଥିଲେ ବିଏମ୍ସି । ତେବେ ବ୍ୟାଙ୍କ ପୂର୍ବ ନିୟମ ମୁତାବକ ଏବେ ଖୋଲିବା କଥା । କିନ୍ତୁ ବ୍ୟାଙ୍କରୁ ଅଧିକ ସଂଖ୍ୟା ସଂକ୍ରମିତ ଚିହ୍ନଟ ହେବା ପରେ ପୁଣି ଥରେ ସିଲ୍ ଅବଧିକୁ ବୃଦ୍ଧି କରାଯାଇଛି । ଆହୁରୀ ୪ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।