ଆଜି ୫ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ
ନୂଆଦିଲ୍ଲୀ : ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ଓ ଆସାମ ପାଇଁ ୮ଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଭୋଟ ଗଣତି ହେବ । ଏଥିପାଇଁ ସୁରକ୍ଷା ବଳୟ ଭିତରେ ଭୋଟ ଗଣତି କେନ୍ଦ୍ର । ଚାହୁଁ ଚାହୁଁ ଆସିଯିବ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ଓ ଆସାମ ପାଇଁ ୮ଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଭୋଟ ଗଣତି ହେବ । ତେବେ ଏଥର କିଏ ମାରିବ ବାଜି, କାହାର ହେବ ଜିତାପଟ୍, କିଏ ଗଢିବ ସରକାର? ପାଂଚଟି ରାଜ୍ୟର ଜନାଦେଶ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । କରୋନା ଭିତରେ ରବିବାର ସାମ୍ନାକୁ ଆସିବ ୫ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ । ଏକଜିଟ୍ ପୋଲର ଅନୁମାନ ଏକଜାକ୍ଟ ପୋଲରେ କେତେ ପ୍ରମାଣିତ ହେବ ତା’ ଉପରେ ରହିଛି ସମସ୍ତଙ୍କ ନଜର । ପଶ୍ଚିମବଙ୍ଗରେ ଦିଦି-ମୋଦି କାଣ୍ଟେ କି ଟକ୍କର ଅନୁମାନ କରାଯାଉଥିବା ବେଳେ ଆସାମ ପୁଡ଼ୁଚେରୀରେ ବିଜେପି ସଫଳତା ପାଇବ ବୋଲି ଆକଳନ କରିଛି ଏକଜିଟ୍ ପୋଲ ସର୍ଭେ । ସେହିଭଳି କେରଳରେ କ୍ଷମତା ଏଲଡିଏଫ୍ ହାତରେ ରହିବ ଓ ତାମିଲନାଡ଼ୁରେ ଏଆଇଏଡିଏମକେକୁ ଧରାଶାୟୀ କରି ଷ୍ଟାଲିନଙ୍କ ଡିଏମକେ ଗାଦି ହାତେଇବ ବୋଲି ଯେଉଁ ଆକଳନ କରାଯାଉଛି ତାହା କେତେ ସତ ପ୍ରମାଣିତ ହେବ ତାକୁ ହିଁ ଅପେକ୍ଷା । ଏଥିପାଇଁ ସୁରକ୍ଷା ବଳୟ ଭିତରେ ପାଞ୍ଚଟି ରାଜ୍ୟର ଭୋଟ ଗଣତି କେନ୍ଦ୍ର । ତେବେ ଫୋକସ ରହିଛି ପଶ୍ଚିମବଙ୍ଗର ଫଳାଫଳ ଉପରେ। କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଗାଦି ବଜାର ରଖିବା ନେଇ କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଥିବା ବେଳେ ଆଉ କିଛି ଏକଜିଟ୍ ପୋଲରେ ବିଜେପି ବିଜୟୀ ହେବା ନେଇ ଆକଳନ କରାଯାଇଛି । ସେହିଭଳି କେରଳରେ କ୍ଷମତା ଏଲଡିଏଫ୍ ହାତରେ ରହିବ ଓ ତାମିଲନାଡ଼ୁରେ ଏଆଇଏଡିଏମକେକୁ ଧରାଶାୟୀ କରି ଷ୍ଟାଲିନଙ୍କ ଡିଏମକେ ଗାଦି ହାତେଇବ ବୋଲି ଯେଉଁ ଆକଳନ କରାଯାଉଛି ତାହା କେତେ ସତ ପ୍ରମାଣିତ ହେବ ତାକୁ ହିଁ ଅପେକ୍ଷା ।
ସୂଚନା ଯେ, ‘ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍’ରେ ଗ୍ରହଣ କରାଯାଇଥିବା ଭୋଟ୍ଗୁଡ଼ିକୁ ଅଧଘଣ୍ଟାଏ ପରେ ଗଣାଯିବ। ଗଣନା ପ୍ରକ୍ରିୟା ଆରମ୍ଭ ହେବାର ସ୍ବଳ୍ପ ସମୟ ପରେ ‘ଟ୍ରେଣ୍ଡ୍’ ଆରମ୍ଭ ହେବ। ଆଜି ଦିନକ ମଧ୍ୟରେ ୪ଟି ରାଜ୍ୟ ଓ ୧ଟି କେନ୍ଦ୍ରଶାସିତ ଅଞ୍ଚଳର ଫଳାଫଳ ସ୍ପଷ୍ଟତର ହୋଇଯିବ, କିନ୍ତୁ କେତେକ ଆସନର ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହେଉ ହେଉ ରାତି ହୋଇଯାଇପାରେ। ଅନ୍ୟପକ୍ଷରେ ‘ଏକ୍ଜିଟ୍’ ପୋଲ୍ ଅନୁସାରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ‘ତୃଣମୂଳ କଂଗ୍ରେସ’ ‘ବିଜେପି’ ଠାରୁ ସ୍ବଳ୍ପ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରିବାର ସମ୍ଭାବନା ଥିବାରୁ ସେଠାରେ ପ୍ରତିଦ୍ବନ୍ଦ୍ବିତା ତୀବ୍ରତର ହୋଇଥିବା ଜଣାପଡୁଛି। ସେହି ହିସାବରେ, ପଶ୍ଚିମବଙ୍ଗର ପ୍ରାୟ ୬୪ ଆସନ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଏହି ସବୁ ଆସନଗୁଡ଼ିକରେ ଭୋଟ୍ ବ୍ୟବଧାନ ୨%ରୁ କମ୍ ରହିବ। ସେହିପରି ଆସାମରେ ପୂର୍ବଭଳି ବିଜେପି କ୍ଷମତାରେ ରହିବ। କେରଳରେ କ୍ଷମତାସୀନ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିରୋଧକୁ ପିନରାୟି ବିଜୟନ ମୁକାବିଲା କରିପାରିବେ। ତାମିଲନାଡୁରେ ‘ଡିଏମ୍କେ’ କ୍ଷମତାକୁ ଫେରିବ ବୋଲି ‘ଏକ୍ଜିଟ୍’ ପୋଲ୍ରୁ ଆକଳନ କରାଯାଇଛି। ସେହିଭଳି, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ‘ଏନ୍ଡିଏ’ ବିଜୟୀ ହେବାର ସମ୍ଭାବନା ରହିଛି।