ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ର୍ନିଘଣ୍ଟ ସମୟ ସ୍ଥିର

- କୋଭିଡ୍ କଟକଣାରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା
ପୁରୀ : ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣାରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଆଉ ମାତ୍ର ହାତରେ ୧୧ ଦିନ ବାକି ରହିଥିବା ବେଳେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି । ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ର୍ନିଘଣ୍ଟର ସମୟ ମଧ୍ୟ ସ୍ଥିର କରାଯାଇଛି । ଏହା ଉପରେ କେବଳ ଛତିଶା ନିଯୋଗର ଅନୁମୋଦନ ବାକି ରହିଛି । ଗତ କାଲି ଶ୍ରୀ ମନ୍ଦିର ଉପ ମୁଖ୍ୟ ପ୍ରଶାସନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ମହାପ୍ରଭୁଙ୍କ ନୀତି ର୍ନିଘଣ୍ଟ ସମୟ ବିଷୟରେ ଆଷଳାଚନା କରାଯାଇଥିଲା ।
ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ରାତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ । ଏଥିପାଇଁ ରାତି ସାଢେ ଗୋଟାଏରୁ ୪ ଟା ମଧ୍ୟରେ ମହାପ୍ରଭୁ ସ୍ନାନ ବେଦିକୁ ବିଜେ କରିବେ ବୋଲି ଜଣାପଡିଛି । ଏହାଛଡା ସ୍ନାନ ଯାତ୍ରା ଠାରୁ ଆରମ୍ଭ କରି ଅନସର ନୀତି ପର୍ଯ୍ୟନ୍ତି ସବୁ ନୀତିକାନ୍ତିର ସମୟ ଧାର୍ଯ୍ୟ କରାଯାଇଛି ଏହି ବୈଠକରେ । ତେବେ ଚଳିତ ବର୍ଷ ଭକ୍ତଶୂନ୍ୟ ସ୍ନାନ ଯାତ୍ରା ହେବାକୁ ଯାଉଛି ପୂର୍ବ ବର୍ଷ ଭଳି କେବଳ ଆବଶ୍ୟକ ସେବାୟତ ମାନଙ୍କ ଦ୍ୱରା ହିଁ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସ୍ନାନ ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ମଧ୍ୟ କରାଯି କୋଭିଡ୍ ନେଗେଟିଭ୍ ଥିବା ସେମାୟତ ମାନେ ହିଁ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନୀତିକାନ୍ତିରେ ସାମିଲ ହୋଇ ପାରିବେ ।