ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି : ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର ହିଂସା କାଣ୍ଡ । ଘରୁ ଡାକି ନେଇ ଜଣେ ଡିଆର୍ଜି ଯବାନଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଜବାନ ବେଟ୍ଟି ଭିମା ମଙ୍ଗଳବାର ଦିନ ନିଜ ଗାଁକୁ ଯାଇଥିଲେ । ହେଲେ ରାତିରେ ନିଜ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ମାଓବାଦୀ ପେଟା ଗାଁରେ ତାଙ୍କୁ ବନ୍ଧୁକ ଦେଖାଇ ଘରୁ ଉଠାଇ ନେଇଥିଲେ । ପରେ ଗାଁ ମୁଣ୍ଡ ରାସ୍ତାରେ ପଥରରେ ଛେଚିବା ସହ ଗଳା କାଟି ଜବାନଙ୍କ ହତ୍ୟା କରିଛନ୍ତି ମାଓବାଦୀ । ସେପଟେ ଘଟଣାସଂପର୍କରେ ଖବର ପାଇଁ ସୁରକ୍ଷାକର୍ମୀ ପହଞ୍ଚି ଛାନ୍ଭିନ୍ ଜାରି ରଖିଛନ୍ତି ।