କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ବ୍ୟାନର ଲଗାଇଲେ ମାଓବାଦୀ

ଚିତ୍ରକୋଣ୍ଡା : କୋରୁକଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଲାଗିଛି ଲାଲ୍ ରଙ୍ଗର ମାଓ ବ୍ୟାନର । ବ୍ୟାନରରେ ଘରୋଇ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଟାର୍ଗେଟ୍ କରାଯାଇଛି। ପୂର୍ବରୁ ଠିକାଦାର ଓ ପୋଲିସ ବହୀନିଙ୍କୁ ଟାର୍ଗେଟ୍ କରି ଆସୁଥିଲେ ନକ୍ସଲପନ୍ଥୀ । କିନ୍ତୁ ଏଥର ନକ୍ସଲଙ୍କ ଟାର୍ଗେଟରେ କେନ୍ଦୁପତ୍ର ବ୍ୟବସାୟୀ ।
ପୋଷ୍ଟରରେ ୩ ଦଫା ଦାବି କରିଛନ୍ତି ମାଓବାଦୀ । କେନ୍ଦୁପତ୍ର ତୋଳାଳିଙ୍କୁ ସଠିକ୍ ଦାମ ଦିଆଯାଉ, ଯେତିକି ଟଙ୍କାରେ ପତ୍ର କିଣାଯାଉଛି ତାର ୧୦୦% ବୋନସ ତୁରନ୍ତ ଦିଆଯାଉ ଏବଂ କେନ୍ଦୁପତ୍ର ତୋଳାଳିଙ୍କ ପୁଅ-ଝିଅଙ୍କ ପାଠପଢା, ବାହାଘର ଓ ମୃତ୍ୟୁ ପାଇଁ ପଇସା ଦିଆଯାଉ ବୋଲି ଉଲ୍ଲେଖ କରାଯାଇଛି । ଯଦି କଥା ନମାନିଲେ ଖଇରପୁଟ ଡିପୋରେ ଯେଉଁଭଳି ନିଆଁ ଲଗାଯାଇଥିଲା ଓ ଏମ.ଭି. ୧୭ ନଂ ମୁନସିକୁ ଯେଉଁଭଳି ହତ୍ୟା କରାଗଲା, ସେହିଭଳି ରେଞ୍ଜର ଫରେଷ୍ଟର ମୁନସୀ ଘୋରଇ ମାଲିକଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ବୋଲି କୋରକୁଣ୍ଡା ଓ ଚିତ୍ରକୋଣ୍ଡା ଡିଭିଜନ ସିପିଆଇ ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ପୋଷ୍ଟରକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି ।