ସମଲେଶ୍ୱରୀଙ୍କ ମନ୍ଦିର ଦୀପ ଘରେ ଲାଗିଲା ନିଆଁ

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ଦୀପ ଘରେ ଲାଗିଲା ନିଆଁ । ଖବରପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଛି । ମାତ୍ର ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।
ସୂଚନା ଯେ, ସୋମବାର ସକାଳୁ ସକାଳୁ କୌଣସି କାରଣବଶତଃ ସମଲେଶ୍ୱରୀ ମନ୍ଦିର ଦୀପ ଘରେ ନିଆଁ ଲାଗିଥିଲା। ପୂଜକମାନେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବାର କାରଣ ଜଣାପଡିନି । ସଟ୍ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।