ପାରା ଧରିବାକୁ ଯାଇ ବିଦ୍ୟୁତ ତାର ଲାଗି ଜଳିଗଲା ନାବାଳକ ଶିଶୁ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି । ପାରା ଧରିବାକୁ ଯାଇ ବିଦ୍ୟୁତ ତାର ଲାଗି ଜଳିଗଲା ନାବାଳକ ଶିଶୁ ।
ସୂଚନା ଯେ, ଜଣେ ନାବାଳକ ଷ୍ଟେସନରେ ଥିବା ଓଭରବ୍ରିଜ ଉପରେ ଚଢି ପାରା ଧରୁଥିଲା । ଏହି ସମୟରେ ଟ୍ରେନ ଉପରେ ଲାଗିଥିବା ହାଇ ଭୋଲଟେଜ କରେଣ୍ଟ ଲାଗି ସେ ପୋଡି ହୋଇ ତଳେ ପଡିଗଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ନାବାଳକ ଜଣଙ୍କ ଶରୀରର ୯୦ ପ୍ରତିଶତରୁ ଅଧିକ ପୋଡି ହୋଇଯାଇଥିବା ସୂଚନା ମିଳିଛି ।