ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେକର୍ଡ ରୁମରେ ଅଗ୍ନିକାଣ୍ଡ ଘଟଣା, ବର୍ଷକ ପରେବି ଘଟଣା ସନ୍ଦେହ ଘେରରେ
ଦଶପଲ୍ଲା : ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରେକର୍ଡ ରୁମ୍ ଅଗ୍ନିକାଣ୍ଡ ଘଟଣାକୁ ଶନିବାର ଦିନ ବର୍ଷେ ପୁରିଛି। ହେଲେ ଅଗ୍ନିକାଣ୍ଡ ଘଟଣା ଏବେବି ସନ୍ଦେହ ଘେରରେ ରହିଛି। କାହା ଉପରେ ଉତରଦାୟୀତ୍ୱ ନଥିବା ଭଳି ମନେହେଉଛି। ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ତଦନ୍ତ ରିପୋର୍ଟ ରୁ ଏତେବଡ ଘଟଣା ଉପରୁ ପରଦା ହଟାଇ ପାରିନଥିବା ଭଳି ମନେହେଉଛି। ସୂଚନାଯୋଗ୍ୟ ଯେ, ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରେକର୍ଡ଼ ରୁମରେ ୨୦୨୨ ମସିହା ଏପ୍ରିଲ ୧୫ ତାରିଖ ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଆରଏନଟିସିପି ଓ ଏନଆରଏଚଏମ୍ ର ବହୁ ଦରକାରୀ କାଗଜପତ୍ର ଇନଭୋଟର , କମ୍ପ୍ୟୁଟର, ବିଦ୍ୟୁତ୍ ସରଞ୍ଜାମ ପୋଡିଜଳି ଛାରଖାର ହୋଇଯାଇଥିଲା। ଦଶପଲ୍ଲା ଦମକଳବାହନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଛୂଟି ଦିନରେ ସେ କବାଟ କିଏ ଖୋଲିଥିଲା ଆଉ ଦୁଇଟି କମ୍ପ୍ୟୁଟରର ଥିବାର କୁହାଯାଉଥିଲେ ହେଁ ଆଉ ଗୋଟିଏ କମ୍ପୁଟର କୁଆଡେ ଗଲା ତାକୁ ନେଇ ସନ୍ଦେହ ଘେରରେ ରହିଛି। । ୮ରୁ୧୦ ବର୍ଷର ଦରକାରୀ ତଥା ନଷ୍ଠ ହୋଇଯାଇଥିବା କାଗଜପତ୍ର ପ୍ରସ୍ତୁତ ହୋଇଛି କି ନା ତାହା ମଧ୍ଯ ପ୍ରଶ୍ନବାଚୀ ମଧ୍ଯରେ ରହିଛି। ଏ ସମ୍ପର୍କରେ ଡାକ୍ତର ନବ କିଶୋର ସାହୁଙ୍କ ମତାମତ ଲୋଡ଼ିବାରୁ ଘଟଣା ଵର୍ଷେ ତଳର, ସର୍ଟସର୍କିଟ ଯୋଗୁଁ ଏପରି ଅଘଟଣ ଘଟିଥିବା ପ୍ରକାଶ କରିଛନ୍ତି l