ୟୁଜର୍ସଙ୍କ ପହଞ୍ଚିବାକୁ ଥିବା ପ୍ରତି ଦିଗକୁ ଧ୍ୟାନରେ ରଖି ଏଆଇକୁ ପରିଚାଳନା କରିବେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (କୃତିମ ବୁଦ୍ଧିମତା) ପରିଚାଳନା ପାଇଁ ଆଇନ ପ୍ରସ୍ତୁତ କରିପାରନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର ଏପରି କିଛି ସଂକେତ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଅନ୍ୟ ବିକଶିତ ଟେକ୍ନୋଲଜିକୁ ଯେପରି ନିୟନ୍ତ୍ରଣ କରୁଛନ୍ତି, ଏଆଇକୁ ମଧ୍ୟ ଠିକ୍ ସେହିପରି ରେଗୁଲେଟ୍ କରିବେ । ଏହାସହ କହିଛନ୍ତି, ‘ସରକାର ୟୁଜରଙ୍କ କ୍ଷତିକୁ କମ କରାଇବେ କିମ୍ୱା ଏହାକୁ କାମ କରିବାକୁ ଅନୁମତି ଦେବେ ନାହିଁ । ସରକାର ୟୁଜର୍ସଙ୍କ ପହଞ୍ଚିବାକୁ ଥିବା ପ୍ରତି ଦିଗକୁ ଧ୍ୟାନରେ ରଖି ଏହାକୁ ପରିଚାଳନା କରିବେ’।
ରାଜୀବନ ଚନ୍ଦ୍ରଶେଖର କହିଛନ୍ତି, ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବର୍ତ୍ତମାନ ସମୟରେ ଟାକ୍ସ ଓରିଏଣ୍ଟେଡ୍ ରହିଛି ଏବଂ ଯେଉଁଠାରେ ଲଜିକ୍ ଏବଂ ରିଜନିଂ ଆବଶ୍ୟକତା ପଡ଼େ ସେଠାରେ ଏଆଇ ଫେଲ୍ ମାରୁଛି । ତେଣୁ ଏଆଇର ବର୍ତ୍ତମାନ ସ୍ୱରୁପରେ ଚାକିରି ଯିବାର କୌଣସି ବିପଦ ନାହିଁ’। ମନ୍ତ୍ରୀ କହିଛନ୍ତି, ‘ଚାକିରିରେ ସାଧାରଣତଃ ଲଜିକ୍ ଏବଂ ରିଜନିଂର ଆବଶ୍ୟକତା ପଢିଥାଏ ଏବଂ ଏଆଇ ଏହି ମାମଲାରେ ସେତେ ଭଲ ନାହିଁ’ ।