ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ପୋଲିସ ତଦନ୍ତ ଆରମ୍ଭ
ଚାନ୍ଦବାଲି : ଭଦ୍ରକ ଜିଲା ଚାନ୍ଦବାଲି ଥାନା ଭାଟପଡା ପଂଚାୟତ ଭଉଁରୀ ଗାଁରେ ଯୌତୁକକୁ ନେଇ ବଧୂହତ୍ୟା ଅଭିଯୋଗ । ମୃତକ ହେଲେ ରୁକ୍ମଣୀ ନାୟକ । ଏନେଇ ଥାନାରେ ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ ।
ଅଭିଯୋଗ ମୁତାବକ ମାଧପୁର ପଂଚାୟତ ବଡସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅ ରୁକ୍ମଣୀ ନାୟକ ଭାଟପଡା ଭଉଁରୀ ଗ୍ରାମର ଯୁଧିଷ୍ଠର ନାୟକଙ୍କ ପୁଅ ସତ୍ୟବ୍ରତ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଶ୍ୱଶୁର ଘର ଲୋକ ବାରମ୍ବାର ଅଧିକ ଯୈାତୁକ ଆଣିବାକୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେଉଥିଲେ । ଯାହାକୁ ନେଇ ସ୍ୱାମୀ, ସ୍ତ୍ରୀ ଭିତରେ ବାରମ୍ବାର କଳି ଝଗଡା ହେଉଥିଲା । ତେବେ ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ଶାଶୁ ଘର ଲୋକ ମାରି ତଳେ ପକାଇଦେଇଥିବା ଅଭିଯୋଗ କରିଛନ୍ତି ମୃତ ରୁକ୍ମଣୀନ୍କର ବାପ ଘର ଲୋକେ । ଅନ୍ୟପଟେ ମୃତ ରୁକ୍ମଣୀର ଭାଈ ପରକିୟା ପ୍ରିତି ଯୋଗୁ ମୋ ଭଉଣୀକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି । ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।