ଯୁକ୍ତ ଦୁଇ ଫର୍ମ ପୁରଣ ଅବଧି ବୃଦ୍ଧି
ଭୁବନେଶ୍ୱର : ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଫର୍ମ ପୂରଣ ଅବଧି ବଢ଼ିଲା। ପୂର୍ବରୁ ୧୧ ତାରିଖ ଶେଷ ଦିନ ଥିବାବେଳେ ଏବେ ଏହାକୁ ୧୮ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି। କିନ୍ତୁ ଏହି ସମୟରେ ଫର୍ମ ପୂରଣ କଲେ ୪୫୦ ଟଙ୍କା ଫାଇନ ଦେବାକୁ ପଡ଼ିବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଯୁକ୍ତ ଦୁଇ ଫର୍ମ ପୁରଣ ଅବଧି ବୃଦ୍ଧି କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚାଲିଛି । ଏବେ ସୁଦ୍ଧା ମୋଟ ୩ ଲକ୍ଷ ଏକ ହଜାର ୭୯୭ ଜଣ ଛାତ୍ରଛାତ୍ରୀ ଫର୍ମ ପୁରଣ ହୋଇଛି । ଏହାସହିତ ଏପର୍ଯ୍ୟନ୍ତ ଯେଉଁ ଛାତ୍ରଛାତ୍ରୀମାନେ ଫର୍ମ ପୁରଣ କରି ନାହାନ୍ତି ସେମାନେ ଜାନୁଆରୀ ୧୮ ସୁଦ୍ଧା ଫର୍ମ ପୁରଣ କରିପାରିବେ । ସେଥିପାଇଁ ସେମାନଙ୍କୁ ୪୫୦ ଟଙ୍କା ଜରିମାନା ଦେବାକୁ ପଡିବ । ଜାନୁଆରୀ ୧୮ ତାରିଖ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପାଠ୍ୟକ୍ରମର ଛାତ୍ରଛାତ୍ରୀ ସେମାନଙ୍କର ଫର୍ମ ପୁରଣ କରିପାରିବେ । ଏହାପରେ ଆଗକୁ ଆଉ ସମୟ ସୀମା ବୃଦ୍ଧି କରାଯିବ ନାହିଁ । ଏନେଇ ପ୍ରକାଶିତ ବିଜ୍ଞପ୍ତିରେ ପରିଷଦ ପକ୍ଷରୁ କୁହାଯାଇଛି ।