ପୂର୍ବତଟ ରେଳପଥରେ ହୋଇଛି ୩୨୯ ଟନ୍ ଅମ୍ଳଜାନ ପରିବହନ

ଭୁବନେଶ୍ୱର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ ମହାରାଷ୍ଟ୍ର, ତେଲେଙ୍ଗାନା, ହରିୟାଣା ଏବଂ ଦିଲ୍ଲୀ ପରି ରାଜ୍ୟ ମାନଙ୍କୁ ପ୍ରାୟ ୩୨୯ ଟନ୍ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନ କରିପାରିଛି । ଅନୁଗୁଳ ସ୍ଥିତ ଟାଟା ଭୂଷଣ ସାଇଡିଂରୁ ସମୁଦାୟ ୧୮୭ ଟନ୍ ଏଲଏମଓ ପରିବହନ ହୋଇସାରିଛି । ସେହିଭଳି ୧୦୫ ଟନ୍ ଏଲଏମଓ ରାଷ୍ଟ୍ରିୟ ଇସ୍ପାତ ନିଗମ୍ ଲିମିଟେଡ୍, ବିଶାଖାପାଟନମ୍ ଏବଂ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ୍ ପ୍ଲାଂଟରୁ ୩୧ ଟନ୍ ଏଲଏମଓ ପରିବହନ କରାଯାଇଛି । ଅକ୍ସିଜେନ ଏକ୍ସପ୍ରେସର ଦ୍ରୁତ ଗତି ପାଇଁ ସବୁଜ କରିଡର ଯୋଗାଇ ଦିଆଯାଇଛି । ଅମ୍ଳଜାନ ଏକ୍ସପ୍ରେସ ମାଧ୍ୟମରେ ସମଗ୍ର ଦେଶରେ କୋଭିଡ -୧୯ ରୋଗୀଙ୍କ ପାଇଁ ମେଡିକାଲ ଗୁଡିକରେ ଅମ୍ଳଜାନ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ରାଜ୍ୟ ଗୁଡିକର ଅନୁରୋଧକୁ ଭାରତୀୟ ରେଳ ସୁନିଶ୍ଚିତ କରି ଅମ୍ଳଜାନ ପରିବହନ କରୁଛି ।
୧୦୫ ଟନ୍ ଏଲଏମଓ ପରିବହନ କରିଥିବା ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ ୭ ଟ୍ୟାଙ୍କରରେ ବିଶାଖାପାଟନମରୁ ଛାଡିଥିଲା । ପୂର୍ବତଟ ରେଳପଥରୁ ଦ୍ୱିତୀୟ ଅକ୍ସିଜେନ ଏକ୍ସପ୍ରେସ ହରିୟାଣା ପାଇଁ ଟାଟା ଭୂଷଣ ଷ୍ଟିଲ ପ୍ଲାଂଟରୁ ଦୁଇଟି ଟ୍ୟାଙ୍କରରେ ୩୨ ଟନ୍ ଏଲଏମଓ ପରିବହନ କରିଥିଲା । ଅନୁଗୁଳ ସ୍ଥିତ ଟାଟା ଭୂଷଣ ଷ୍ଟିଲ ପ୍ଲାଂଟରୁ ତୃତୀୟ ଅମ୍ଳଜାନ ଏକ୍ସପ୍ରେସ ୫ ଟ୍ୟାଙ୍କରରେ ୬୩.୬ ଟନ୍ ଏଲଏମଓ ପରିବହନ କରି ଭାରତୀୟ ରେଳବାଇର ରୋରୋ ସେବା ଦ୍ୱାରା ତେଲେଙ୍ଗାନା ଅଭିମୁଖେ ଯାତ୍ରା କଲା । ସେହିଭଳି, ଟାଟା ଭୂଷଣ ଷ୍ଟିଲ ପ୍ଲାଂଟରୁ ଦୁଇଟି ଟ୍ୟାଙ୍କରରେ ୩୦.୬ ଟନ୍, ଜିନ୍ଦଲ ଷ୍ଟିଲ୍ ପ୍ଲାଂଟରୁ ଦୁଇଟି ଟ୍ୟାଙ୍କରେ ୩୦.୮୬ ଟନ୍ ଏବଂ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଂଟରୁ ଚାରି ଟ୍ୟାଙ୍କରେ ୬୦.୨୩ ଟନ୍ ଏଲଏମଓଯଥାକ୍ରମେ ଫରିଦାବାଦ, ଦିଲ୍ଲୀ କ୍ୟାଂଟ ଏବଂ ଏସଏନଏଜି କୁ ରୋରୋ ସେବା ମାଧ୍ୟମରେ ପଠାଯାଇଛି । ବିଭିନ୍ନ ରାଜ୍ୟରୁ ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଷ୍ଟିଲ ପ୍ଲାଂଟ ଗୁଡ଼ିକରୁ ଏଲଏମଓ ପରିବହନ କରିବାପାଇଁ ଆସୁଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥାନ ଗୁଡିକରେ ପହଂଚାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି । ତରଳ ଅମ୍ଳଜାନ ଏକ କ୍ରାୟୋଜେନିକ୍ କାର୍ଗୋ ଭାବରେ ସର୍ବାଧିକ ଯତ୍ନ ନିଆଯାଇଛି ଯେଉଁଥିରେ ସର୍ବାଧିକ ବେଗକୁ ତ୍ୱରାନ୍ୱିତ ଏବଂ ହ୍ରାସ କରାଯାଇପାରିବ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସଙ୍କଟ ସମୟରେ ଅମ୍ଳଜାନ ଯୋଗାଣକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ତ୍ୱରିତ ସେବା ପ୍ରଦାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।