୩୦ ପରେ ୯ମ ଶ୍ରେଣୀ ପରୀକ୍ଷା ନେଇ ନିଆଯିବ ନିଷ୍ପତ୍ତି : ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ବଢିଚାଲିଛି କରୋନା। ଏହାକୁ ଦୃଷ୍ଟିରେ ରଖି ନବମ ଏବଂ ଏକାଦଶ କ୍ଲାସ ବନ୍ଦ କରାଯଇଛି । ମାତ୍ର ଏବେ ପରୀକ୍ଷା ସିଜନ ଥିବାରୁ ଛାତ୍ରୀଛାତ୍ର ଓ ଅବିଭାବକ ପରୀକ୍ଷାକୁ ନେଇ ଦ୍ଵନ୍ଦରେ ରହିଛନ୍ତି । ଏହାରି ମଧ୍ୟରେ ନବମ ଶ୍ରେଣୀ ପରୀକ୍ଷା କେବେ ହେବ ସେ ସମ୍ପର୍କରେ ଆସନ୍ତା ୩୦ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦିଅନ୍ତୁ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି। ସେହିପରି ପିଲାଙ୍କ ପାଠ୍ୟକ୍ରମ ପ୍ରାୟ ଅଧା ସରିଯାଇଛି, ଅଳ୍ପ କିଛି ବାକି ଅଛି। କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ଯାଏ ୯ମ ଶ୍ରେଣୀ ପିଲାଙ୍କ ସ୍କୁଲ ବନ୍ଦ ରହିଛି। ତେଣୁ ଆସନ୍ତା ୩୦ ତାରିଖ ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।